ଖଲ୍ଲିକୋଟ :25/4 ଭୋଟ ପୂର୍ବରୁ ସାରା ରାଜ୍ୟରେ ସରକାର ଲାଇଭଲି ହୁଡ ସହାୟତା ଯୋଜନା ମାଧ୍ୟମ ରେ ପ୍ରତି ରାସନ କାର୍ଡ ହିତାଧିକାରୀ ମାନଙ୍କୁ ନଗଦ ଏକ ହଜାର ଟଙ୍କା ଓ ଦୁଇଟି ନବୀନ ଓଡିଶା ଲେଖାଥିବା ବ୍ୟାଗ ବଣ୍ଟନ କରିଥିଲେ |ତଦନୁଯାୟୀ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର 158 ଟି ଗ୍ରାମ ର ସମସ୍ତ ରାସନ କାର୍ଡ ହିତାଧିକାରୀ ଙ୍କୁ ନଗଦ ଏକ ହଜାର ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ ବଣ୍ଟନ କରାଯାଇଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଂଚାୟତ ର ଦାଦନ ପ୍ରବଣ ଗ୍ରାମ ୟୁ ଆଲପୁର ଗ୍ରାମ 166 ଜଣ ରାସନ କାର୍ଡ ହିତାଧିକାରୀଙ୍କୁ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଦୀର୍ଘ 3 ମାସ ହେଲା ନଗଦ ଟଙ୍କା ଓ ବ୍ୟାଗ ମିଳିନାହିଁ |ଗ୍ରାମବାସୀ ମାନେ ବହୁ ବ|ର ପଂଚାୟତ ସରପଞ୍ଚ ଓ ବ୍ଲକ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ |

ଫଳରେ ଗ୍ରାମର ଗରିବ ଶ୍ରମଜୀବୀ ପୁରୁଷ ଓ ମହିଳା ମାନେ କାମ ଧନ୍ଦା ଛାଡି ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ବ୍ଲକ କାର୍ଯ୍ୟାଳୟ ଆସି ଧାରଣା ଦେଇଥିଲେ |ପରେ ବି ଡ଼ି ଓ ଙ୍କ ଚ୍ୟାମ୍ବର ରେ ପଶି ଧାରଣା ଦେଇଥିଲେ |ଗ୍ରାମବାସୀ ମାନେ ବି ଡ଼ି ଓ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଫଇସଲା ହୋଇନଥିଲା |ତେବେ ୟୁ ଆଲପୁର ଗ୍ରାମ ର ଭାନୁ ପ୍ରଧାନ ନାମକ ଜଣେ 54 ବର୍ଷୀୟା ମହିଳା ଗଣମାଧ୍ୟମ ଆଗରେ ନିଜର ବୟାନ ନ ରଖି ସୂଚନା ଦେଉଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାପ ରେ ଅଚେତ ହୋଇ ପଡ଼ିଥିଲେ |ପରେ ଗ୍ରାମବାସୀ ମାନେ ଅଚେତ ମହିଳା କୁ ଅଟୋ ରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ଏ ସମ୍ପର୍କ ରେ ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ ଙ୍କ ସହ ଯୋଗାଯୋଗ କରିବାରେ ଗତ ମାର୍ଚ୍ଚ 7 ତାରିଖ ରୁ ଅନ -ଲାଇନ ପୋର୍ଟାଲ ବନ୍ଦ ହୋଇଯାଇଛି |ତେଣୁ ସରକାରଙ୍କୁ ଜଣା ଯିବ ଓ ପୋର୍ଟାଲ ଖୋଲିଲେ ପଇସା ମିଳିବ ବୋଲି ସୂଚନା ଦେଇଥିଲେ |ଗ୍ରାମବାସୀ ଙ୍କୁ ଉକ୍ତ

ସହାୟତା ରାଶି ନ ମିଳିଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଗଣମାଧ୍ୟମ ଆଗରେ ଧମକ ଦେଇଛନ୍ତି |ଏହି ଗ୍ରାମର ଅଧିକାଂଶ ପୁରୁଷ ଓ ମହିଳା ମାନେ କେରଳ, ତିରୁପତି, ହାଇଦ୍ରାବାଦ ପ୍ରଭୃତି ରାଜ୍ୟ ରେ ଦାଦନ ଶ୍ରମିକ ଭାବେ ଜୀବିକା ନିର୍ବାହ କରିଥାନ୍ତି |
(ରିପୋର୍ଟ – ମାଧବ ବେହେରା ଖଲ୍ଲିକୋଟ )
