You are currently viewing ବାଙ୍କେଶ୍ୱରୀ ଘାଟିରେ ଅଟୋ ଦୁର୍ଘଟଣା ; ୨ ମହିଳା ଗୁରୁତର
ବାଙ୍କେଶ୍ୱରୀ ଘାଟିରେ ଅଟୋ ଦୁର୍ଘଟଣା ; ୨ ମହିଳା ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି. ତୁରୁବୁଡ଼ି ପଞ୍ଚାୟତ ଅଧିନସ୍ଥ କେରାଣ୍ଡିମାଳ ପର୍ବତ ଶୀର୍ଷକରେ ପୂଜିତ ପାଉଥିବା ମା ‘ ନିଜ ବାଙ୍କେଶ୍ୱରୀ ଘାଟିରେ ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଏକ ଯାତ୍ରୀବାହୀ ଅଟୋ ଓଲଟି ୨ ଜଣ ମହିଳା ଗୁରୁତର ଆହାତ ହୋଇଛନ୍ତି । ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତର ମହିଳା ଦ୍ୱୟ ହେଲେ ଗଞ୍ଜାମ ଥାନା କରପଡା ପଞ୍ଚାୟତ ଅନ୍ତର୍ଗତ ବାରିପୁର ଗ୍ରାମର ତିଳ ମୁଦୁଲି ଓ ନମିତା ମୁଦୁଲି । ବାରିପୁର ଗ୍ରାମର ସଞ୍ଜୟ ବେହେରା ନାମକ ଜଣେ ମାନସିକ ଧାରୀ ନିଜର ଛୁଆଙ୍କ ମୁଣ୍ଡନ ଓ ପୂଜାର୍ଚ୍ଚନା ପାଇଁ ଏକ ଅଟୋ ଯୋଗେ ତାଙ୍କ ସମ୍ପର୍କୀୟ ଲୋକଙ୍କୁ ନେଇ ମାଁ ନିଜ ବାଙ୍କେଶ୍ୱରୀ ପୀଠକୁ ଯାଇ ସେଠାରେ ସମସ୍ତ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଘାଟି ମଝି ରାସ୍ତାରେ ଅଟୋ ଚାଳକ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଅଟୋକୁ ରାସ୍ତା ପାର୍ଶ୍ବର ଏକ ପଥରକୁ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।