You are currently viewing ଧାନମଳା ମେସିନରେ ପଶି ଜଣେ ଶ୍ରମିକଙ୍କ ମୃତ୍ୟୁ,ପୋଲିସର ତଦନ୍ତ ଜାରି
ଧାନମଳା ମେସିନରେ ପଶି ଜଣେ ଶ୍ରମିକଙ୍କ ମୃତ୍ୟୁ,ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର , ୧୯/୧୨ -:- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଜିରାବାଡ଼ି ଗୋଲାସାହି ନିକଟରେ ଧାନମଳା ମେସିନ ଭିତରେ ପଶି ଜଣେ ଯୁବକଙ୍କ ମୃତ ଘଟିଛି l ମୃତକ ଜଣକ ହେଲେ ଟୁଲୁ ପାତ୍ର ବୟସ (୩୫) ବୋଲି ସୂଚନା ମିଳିଛି । ତେବେ ସୂଚନା ପ୍ରକାରେ ଜିରାବାଡ଼ି ଗ୍ରାମର ଶୁକଦେବ ପାତ୍ର(୬୦)ଙ୍କ ବଡ଼ ପୁଅ ଟୁଲୁ l ମୃତ ଟୁଲୁ ଙ୍କ ର ୧୨ବର୍ଷର ପୁଅ ରାଜା ଓ ୩ମାସର ଝିଅ ରହିଥିବା ଭାଇ ଗୌରା ପାତ୍ର ସୂଚନା ଦେଇଛନ୍ତି l ଟ୍ରାକ୍ଟର ମାଲିକ ହୃଦୟ ରଞ୍ଜନ ନାୟକଙ୍କ ପାଖରେ ରହି ଦୀର୍ଘ ୧୮ ରୁ ୨୦ ବର୍ଷ ହେବ ଶ୍ରମିକ ଭାବେ କାମ କରୁଥିଲେ l ଆଜି ଜିରାବାଡ଼ିରେ ଟ୍ରାକ୍ଟର ମାଲିକଙ୍କ ଧାନକୁ ମେସିନ ଯୋଗେ ଧାନ ମଳିବା ପାଇଁ ନିଜ ଜାଗାରେ ଥିବା ଧାନଗଦା ପାଖକୁ ଆସିଥିଲେ l ଧାନମଳା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଅସାବଧାନତାରେ ଟୁଲୁର ଗୋଡ଼ ଖସିଯାଇ ମେସିନ ଭିତରେ ପଶି ଯାଇଥିଲେ l ଯାହା ଫଳରେ ଟୁଲୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଘଟଣା ସ୍ଥଳରୁ ଚାଳକ ଫେରାର ଅଛି l ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଁଚି ଧାନମଳା ମେସିନରୁ ଖଣ୍ଡବିଖଣ୍ଡିତ ସରିରକୁ ଉଧାର କରିଛି l ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଟ୍ରାକ୍ଟର ଗାଡି ନମ୍ବର OD32G2518 ଓ ଧାନମଳା ମେସିନକୁ ପୋଲିସ ଜବତ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି I