ବଲାଙ୍ଗିର -(ଏସ ମହାକୁର ) ବଲାଙ୍ଗିର ସୋନପୁର ଜାତୀୟ ରାଜପଥ ସ୍ଥିତ ୭ ମାଇଲ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇ ଗୁରୁତର ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତୀ ଆହତ ଜଣକ ଅନୁଗୁଳ ଜିଲ୍ଲା ଜମୁନାନି ର କୁଳମଣି ସେଠ ହୋଇଥିବା ବେଳେ ହେଲପର ଶୁଭମ ମୁଣ୍ଡା ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ

କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, , ୨ ଗୁରୁତର
ସେମାନେ ଏକ କୋଇଲା ବୋଝେଇ ଟ୍ରକ ନେଇ ତାଳଚେର ରୁ ଲାଞ୍ଜିଗଡ଼ ଅଭିମୁଖେ ବାହାରିଥିଲେ। ସତମାଇଲ ଛକ ନିକଟରେ ପହଁଚିଲା ବେଳେ ନିଦରେ ଡ୍ରାଇଭରର ଆଖି ଲାଗି ଯିବାରୁ ଗାଡ଼ି ଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଏଥିରେ ଡ୍ରାଇଭର ର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ହେଲପର ମଧ୍ୟ ଆହତ ହୋଇଛନ୍ତି । ଦୁହିଁଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
