ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁଢ଼ାଆମ୍ବ – କୋଦଳା ପୂର୍ତ୍ତ ରାସ୍ତାର ମଠ ସରସିଂ ନିକଟ ଶୀଧେଶ୍ୱର ମନ୍ଦିର ରାସ୍ତା ନିକଟରେ ଶନିବାର ସକାଳେ ଏକ ବସ ସହ ବାଇକ ଦୃଘଟଣା ଘଟିଛି । ଘଟଣା ରୁ ପ୍ରକାଶ ନମସ୍କାର ନାମକ ଏକ ଯାତ୍ରୀବାହି ବସ ଭୁବନେଶ୍ୱର ରୁ ଆସିକା ଯାଉଥିବା ବେଳେ ଅପର ପଟରୁ ଏକ ବାଇକ ଆସୁଥିଲା । ଉକ୍ତ ରାସ୍ତା ନିକଟରେ ଉଭୟ ଙ୍କ ମଧ୍ୟରେ ଧକ୍କା ହୋଇଥିଲା । ବାଇକ ଚାଳକ ଏହି ଥାନା ଅନ୍ତର୍ଗତ ଫାଶୀ ଗ୍ରାମର ବିନାୟକ ସାହୁ ବୋଲି ଜଣାପଡିଛି ।ଘଟଣା ସ୍ଥଳରେ କୋଦଳା ପୋଲିସ ପହଂଚିଛି । ବସ କୁ ଜବତ କରିବା ସହ ବିନାୟକ ଙ୍କୁ କୋଦଳା ମେଡିକାଲ କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତମାନ ବସ ଜବତ ହୋଇଥିବା ବେଳେ ସବ ବ୍ୟବଛେଦ ପାଇଁ ପଠାଇବା କୁ ବ୍ୟବସ୍ଥା ଚାଲିଛି
ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
