You are currently viewing ରାଣୀ ପଣ୍ଡାଙ୍କ ଗାଡି ଧକ୍କାରେ ବାଇକ ଚାଳକ ମୃତ, ଆଠଗଡ଼ ଡାଳଖାଇ ଛକ ନିକଟରେ ଘଟିଛି ଦୁର୍ଘଟଣା।
ରାଣୀ ପଣ୍ଡାଙ୍କ ଗାଡି ଧକ୍କାରେ ବାଇକ ଚାଳକ ମୃତ, ଆଠଗଡ଼ ଡାଳଖାଇ ଛକ ନିକଟରେ ଘଟିଛି ଦୁର୍ଘଟଣା।

ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳ ଖାଇ ଛକ୍ ନିକଟରେ ରାଣୀ ପଣ୍ଡା ଙ୍କ ଗାଡ଼ି ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର ହୋଇ ଆହତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ ଡାକ୍ତର ବାଇକ୍ ଚାଳକ ଙ୍କୁ ମୃତ୍ ଘୋଷଣା କରିଛନ୍ତି। ବାଇକ୍ ଚାଳକ ହେଲେ ରାଜ ନଗର ଗ୍ରାମ ର ଶ୍ରୀକାନ୍ତ ବେହେରା। ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା। ଡାଳ ଖାଇ ଛକ୍ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ଗାଡ଼ି ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର ଆହତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ , କିନ୍ତୁ କଟକ ବଡ଼ ଡ଼ାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଘଟଣା ସ୍ଥଳରେ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଦେଇଥିଲେ ଆଠଗଡ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଖା କରିବା ପରେ ଶାନ୍ତ ପଡିଥିଲା ପରିସ୍ଥିତି।