You are currently viewing ଆସିକା ଵସଷ୍ଟାଣ୍ଡରେ ମୁଣ୍ଡରେ ଗଭୀର ଆଘାତ ସହ ଗୁରୁତର ଅଵସ୍ଥାରେ ଅଜଣା ମାନସିକ ରୋଗୀ ଉଦ୍ଧାର ।
ଆସିକା ଵସଷ୍ଟାଣ୍ଡରେ ମୁଣ୍ଡରେ ଗଭୀର ଆଘାତ ସହ ଗୁରୁତର ଅଵସ୍ଥାରେ ଅଜଣା ମାନସିକ ରୋଗୀ ଉଦ୍ଧାର ।

ଆସିକା,୧୯/୧ ଗଞ୍ଜାମ ଜିଲ୍ଲା ଆସିକା ସହର ବସଷ୍ଟାଣ୍ଡ ଠାରେ ଜଣେ ମାନସିକ ରୋଗୀଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ଥିବା ବେଳେ ଗୁରୁତର ଅଵସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରର ଆଘାତ ଚିହ୍ନ ରହିଥିବା ବେଳେ ତାଙ୍କ କାନ ଛିଣ୍ଡି ଯାଇଥିବା ଜଣାପଡିଛି । ତାଙ୍କ ମୁଣ୍ଡର ତିନୋଟି ସ୍ଥାନରେ ଗଭୀର ଆଘାତ ହୋଇଛି । ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସକାଳ ହେବା ପରେ ସ୍ଥାନୀୟ ଲୋକମାନେ ମାନସିକ ରୋଗୀ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ । ଏହାପରେ ଆସିକା ୧୦୮ ଆମ୍ଵୁଲାନ୍ସକୁ ଡାକି ଆସିକା ସବଡିଭିଜନ ମେଡିକାଲ କୁ ନେଇଥିଲେ । ଖବର ପାଇ ଆସିକା ଥାନା ପେଟ୍ରୋଲିଙ୍ଗ ପୋଲିସ ଗାଡି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ । ଆସିକା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କିଭଳି ଘଟଣା ଘଟିଥିଲା ତାହାର ସୂଚନା ଅସ୍ପଷ୍ଟ ରହିଥିବା ଜଣାପଡିଛି । ଦିର୍ଘ ଦିନ ଧରି ଆସିକା ଅଞ୍ଚଳରେ ଏହି ମାନସିକ ରୋଗି ଘୁରି ବୁଲି ଫୁଟପାଥର ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କ ଗୁରୁତର ଅବସ୍ଥା ଖବର ପ୍ରଚାର ପରେ ସମସ୍ତ ନାଗରିକ ଦୁଃଖ ପ୍ରକାଶ କରିଛନ୍ତି ।