You are currently viewing ପୋଖରୀ ରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର .
ପୋଖରୀ ରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର .

ସୋରଡ଼ା ୫.୧୨/୨୦୨୫(ଲିଟୁ କୁମାର ବିଷୋୟୀ)- ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଚାକୁଣ୍ଡା ଗ୍ରାମ ର ରାଧାକୃଷ୍ଣ ମନ୍ଦିର ନିକଟ ପୋଖରୀରୁ ନବଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର ହୋଇଛି ।ଆଜି ସକାଳୁ ଗାଁର କିଛି ଲୋକେ ପୋଖରୀକୁ ଗାଧୋଇବାକୁ ଯିବା ବେଳେ ନବଜାତ ଶିଶୁର ମୃତଦେହ ଭାସୁଥିବା ଅବସ୍ଥାରେ ଦେଖି ବଡଗଡ ପୋଲିସ କୁ ଖବର ଦେବାପରେ ବଡ଼ଗଡ଼ ପୋଲିସ୍ ପହଞ୍ଚି ନବଜାତ ଶିଶୁଟିର ମୃତଦେହ କୁ ଉଦ୍ଧାର କରି ତଦନ୍ତ ଚଳାଇଛି ।ତେବେ କିଏ ଓ କାହିଁକି ନବଜାତ ଶିଶୁ ଟିକୁ ପୋଖରୀରେ ଫୋପାଡି ଚାଲିଯାଇଛି ତାହା ବର୍ତମାନ ସୁଦ୍ଧା ଜଣା ପଡିନାହିଁ।