କୋଦଳା (ଡି୦୮/୦୪/୨୦୨୩)
ଶନିବାର ବେଗୁନିଆପଡ଼ା ବ୍ଲକ ପଛପଟ ମାଧିଆ ବନ୍ଧରେ ଜଣେ ୫୭ ବର୍ଷୀୟ ବ୍ଯକ୍ତି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ବ୍ଯକ୍ତି ଜଣକ ହେଲେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଗେଞ୍ଜରା ପଲୀର ଏ ମାର୍କଣ୍ଡ ଦୋରା। ସୂଚନା ଅନୁଯାୟୀ ଆଜି ଦିନ ଗୋଟାଏ ବେଳେ ସେ ନିଜ ଚାଷ ଜମିକୁ ଯାଉଥିବା ବେଳେ ମାଧିଆ ବନ୍ଧ କୁ ଗାଧୋଇବାକୁ ଯାଇଥିଲେ। ତେବେ ଉକ୍ତ ପୋଖରୀରେ ତାକଂର ଅସାବଧାନତା ବଶତଃ ଗୋଡ଼ ଖସି ଯାଇଥିଲା। ସ୍ଥାନୀୟ ଲୋକେ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବକୁ ପୋଷ୍ଟ ମୋଟମ ପାଇଁ ବ୍ରହ୍ମପୁର ପଠାଯିବ ବୋଲି ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
