You are currently viewing ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମହିଳାଙ୍କ ସମେତ ୨ ଗୁରୁତର
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମହିଳାଙ୍କ ସମେତ ୨ ଗୁରୁତର

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଠାରୁ କୋଦଳା ଯିବା ମୁଖ୍ୟ ରାସ୍ତାର ବାଲିପୋଇ  ବାଲିପୋଇ ଠାରେ ମଂଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ୍ ସହ ପିକପ୍ ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ ଆସିକାରୁ ଏକ ପିକପ ଭ୍ଯାନ ଭୁବନେଶ୍ଵର ଅଭିମୁଖେ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଏକ ଆପାଚ୍ ବାଇକ୍ ଯୋଗେ ୨ ଜଣ ଆସୁଥିଲେ। ସୁମଣ୍ଡଳ ନିକଟସ୍ଥ ବାଣିଆ ବାଡିର ମାନସ ଦାସ ଓ ତାଙ୍କ ସହିତ ସୁଜାତା ନାମକ ଜଣେ ମହିଳା ଆସୁଥିବା ବେଳେ ପିକପ ଭ୍ୟାନ୍ ଟି ବାଇକ୍ କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୧୦୦ ମିଟର ଘୋଷାଡି ହୋଇ ଯାଇଥିଲେ  ମାନସ। ସେହିପରି  ସୁଜାତା ମଧ୍ୟ ଛିଟିକି ପଡି ଯାଇଥିଲେ। ଦୁର୍ଘଟଣା ଘଟାଇ ପିକପ ଭ୍ୟାନଟି ଦ୍ରୁତ ଗତିରେ ଘଟଣା ସ୍ଥଳରୁ ଫେରାର ହେଉଥିବା ବେଳେ କିଛି କଲେଜ ଛାତ୍ର ପିଛା କରି ଉକ୍ତ ଭ୍ଯାନ କୁ ଗୋଡ଼ାଇ ଗୋଡ଼ାଇ ପୁସ୍ତପୁର ଠାରେ ଅଟକାଇ ପୋଲିସ କୁ ଖବର ଦେଇଥିଲେ। ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ସହ ପୋଲିସ କର୍ମଚାରୀ ମାନେ ହସ୍ପିଟାଲରେ ଉପସ୍ଥିତ ରହି ୨ ଗୁରୁତର ଆହତଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି ।ସେପଟେ ମାନସକଂ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।ପିକପ ଭ୍ୟାନ୍ ଡ୍ରାଇଭର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପିକପ ଭ୍ୟାନ ଡ୍ରାଇଭର ବାରିପଦା ଅଞ୍ଚଳର ମନୋରଞ୍ଜନ ମହାନ୍ତିଙ୍କୁ କୋଦଳା ପୋଲିସ ଥାନାକୁ ଆଣି ଅଟକ ରଖିଥିବା ବେଳେ ଘଟଣାର ଛାନଭିନ୍ ଆରମ୍ଭ
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।