You are currently viewing ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିଲା କାର,ଦୁଇ ମୃତ, ଦୁଇ ଗୁରୁତର
ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିଲା କାର,ଦୁଇ ମୃତ, ଦୁଇ ଗୁରୁତର

କବିସୂର୍ଯ୍ୟନଗର, ୧୩/୧୧ କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗ୍ରାମ ଗୁଡ଼ି ବନ୍ଧ ରେ ଭାରସାମ୍ୟ ହରାଇ ବୁଡ଼ିଲା କାର l ଦୁର୍ଘଟଣା ରେ ଦୁଇ ମୃତ, ଦୁଇ ଗୁରୁତର ହୋଇଛନ୍ତି l ମୃତକ ମାନେ ହେଲେ ତାଳଚେର ଅଞ୍ଚଳର ନୀଳାଞ୍ଚଳ ମହାପାତ୍ର ଓ ଚିଙ୍ଗୁଡ଼ିଘାଇ ର ସନ୍ତୋଷ ମହାପାତ୍ର l ବିଳମ୍ବିତ ରାତିରେ ଗୋଟିଏ କାର ରେ ଚାରି ଜଣ ବସୀ ଗାଙ୍ଗପୁର ନିକଟ ଇଟା ଭାଟି ରୁ ଭୋଜି ସାରି ଚିଙ୍ଗୁଡିଘାଇ ଯିବା ସମୟ ରେ କାର ଟି ପୋଖରୀ ଭିତରକୁ ଖସି ପଡିଥିଲା l ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସ ସମସ୍ତ ଙ୍କୁ ଉଧାର କରି ଆସିକା ମେଡିକାଲ ରେ ଭର୍ତି କରିଥିବା ବେଳେ ଏଠାରେ ନୀଳାଞ୍ଚଳ ଓ ସନ୍ତୋଷ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ପୋଲିସ ଘଟଣା ର ତଦନ୍ତ ଚଳାଇଛି l