କୋଦଳା
ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଅଧିନ ଲଡକାପଲ୍ଲୀ ଛକରେ ବସ- ଅଟୋ ମୁହାଁମୁହିଁ ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି।ସମସ୍ତ ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ ଗୋଟିଏ ଯାତ୍ରୀବାହୀ ଅଟୋ ସୋରଳ ରୋଡ୍ ଏରେଣ୍ଡ୍ରା ରୁ ସିଂହାସନୀ ପୀଠକୁ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ଠାରେ ଡାଇମଣ୍ଡ ନାମକ ଏକ ଯାତ୍ରୀବାହି ବସ୍ ଅଟୋକୁ ଧକ୍କା ଦେଇଥିଲା।


ଦୁର୍ଘଟଣା ଅତି ଭୟଙ୍କର ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୨ ନାବାଳିକା ରହିଥିବା ସୂଚନା ମିଳିଛି। ନାବାଳିକା ୨ ଜଣଙ୍କ ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ମୃତକ ମାନେ ହେଲେ କିରଣ ବେହେରା (୧୦) ସନି ବେହେରା (୧୨) ନୀଳା ବେହେରା (୫୦) ନାରସୁ ବେହେରା (୪୩) ରତନୀ ବେହେରା (୪୦) ମଲ୍ଲି ବେହେରା (୭୫)।
ଗୁରୁତର ମାନେ ହେଲେ ଅଳକା ବେହେରା (୧୭) କନକ ବେହେରା (୬୦) ଭାଗ୍ଯ ବେହେରା (୫୫) ଝିଲି ବେହେରା (୪୦)। ଅଟୋ ଡ୍ରାଇଭର ବାବୁ ପ୍ରଧାନ ଆହତ ହୋଇଥିବା ଜଣାପଡିଛି। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁରୁଷୋତ୍ତମପୁର ଏସଡିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ପୋଲିସ କର୍ମଚାରୀ ମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

