କୋଦଳା
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଜାପଲ୍ଲୀ ଠାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ଏମ୍ କେ ସି ଜି ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଗତ ବିଳମ୍ବିତ ରାତିରେ ୨ ଜଣ ଯୁବକ ବୁଗୁଡ଼ାରୁ ଫେରୁଥିବା ବେଳେ ଖଜାପଲ୍ଲୀ ଠାରେ ଆଖୁ ଟ୍ରକ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣକ ପୁସ୍ତପୁର ଗ୍ରାମର ୨୨ ବର୍ଷୀୟ ଦୀପକ ସାହୁ ବୋଲି ଜଣାପଡିଛି। ନିଜ ଭଉଣୀର ବାହାଘର ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଚାପାରେ ଚାଲି ଯାଇଛି ଜୀବନ। ମୃତ ଯୁବକଙ୍କ ସହ ଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୨୨ ବର୍ଷର ଯୁବକ ଦୀପକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
