You are currently viewing ପୋଖରୀ ରୁ ଶୌଚ କରି ଫେରୁଥିବା ବେଳେ ସ୍କୁଟି ଦୃଘଟଣା ରେ ଜଣେ ମୂର୍ତ
ପୋଖରୀ ରୁ ଶୌଚ କରି ଫେରୁଥିବା ବେଳେ ସ୍କୁଟି ଦୃଘଟଣା ରେ ଜଣେ ମୂର୍ତ

କୁକୁଡାଖଣ୍ଡି (ଇ. ରଞ୍ଜନ) ସଦରଥାନା ଅନ୍ତର୍ଗତ ରତ୍ନପୁର ନିକଟରେ ଦୃଘଟଣା ଘଟି ଜଣକ ଘଟଣାସ୍ଥଳ ରେ ମୁର୍ତ୍ୟୁ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାଇ ରତନପୁର ଗ୍ରାମର ଉପେନ୍ଦ୍ର ଦାସ(୫୫) ସେ ଦୈନିକ ସନ୍ଧ୍ୟା ରେ ଶୌଚ କରି ଘରକୁ ଫେରୁଥିବା ବେଳେ ଆଜି ସନ୍ଧ୍ୟା ରେ ମଧ୍ୟ ଜଗଦଳପୁର ରାସ୍ତା ରେ ଥିବା ପୋଖରୀ ରୁ ଶୌଚ ହୋଇ ଘର କୁ ଫେରୁଥିବା ବେଳେ ବ୍ରହ୍ମପୁର ଆସ୍କା ରୋଡ ଅତିକ୍ରମ କରି ଘର କୁ ଫେରୁଥିବା ବେଳେ ବ୍ରହ୍ମପୁର ରୁ ମସିହାଖାଲି ଯାଉଥିବା କିରଣ ମହାରଣା ନାମକ ଯୁବକର ସ୍କୁଟି ସହ ଦୃଘଟଣା ଘଟିଥିଲା ଯାହା ଫଳ ରେ ରତ୍ନପୁର ଗ୍ରାମର ଉପେନ୍ଦ୍ର ନାମକ ଜଣେ ବୟସ୍କ ଲୋକକୁ ଗାଡି ବାଜି ତାଙ୍କ ମୁଣ୍ଡ ଏବଂ ପାଟି ରୁ ରକ୍ତସ୍ରାବ ବାହାରି ଘଟଣାସ୍ଥଳ ରେ ହିଁ ମୁର୍ତ୍ୟୁ ହୋଇଥିବା ସୂଚନା ମିଳିଛି l ସ୍କୁଟି ଚାଳକ କିରଣ ନାମକ ଯୁବକ ସାମାନ୍ୟ ଆହତ ହୋଇଥିବା ବେଳେ ଉଭୟଙ୍କୁ ଆମ୍ବୁଲାନ୍ସ ସହାୟତା ରେ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳ ରେ ସଦର ଥାନା ପୋଲିସ ତଦନ୍ତ କରିଥିଲେ l ରତ୍ନପୁର ରାସ୍ତା ଟି ଅନ୍ଧକାର ରହୁଥିବା କାରଣ ରୁ ଦୈନିକ ଦୃଘଟଣା ରୁ କିଛି ଲୋକ ଆହତ ହେଉଥିବା ବେଳେ ଅନେକ ଲୋକଙ୍କ ଦୃଘଟଣା ରେ ପ୍ରାଣହାନି ହେଉଥିବା ଅଭିଯୋଗ ହୋଇଛି l ଗ୍ରାମବାସିଙ୍କ ଦାବି ପ୍ରଶାସନ ପକ୍ଷରୁ ରତ୍ନପୁର ରୋଡ଼ ରେ ଆବଶ୍ୟକ ଅନୁଯାଇ ବିଦ୍ୟୁତ ଖୁଣ୍ଟ ରେ ଲାଇଟ ଲଗାଇ ଆଲୋକ ବ୍ୟବସ୍ଥା କରିବା କୁ ଦାବି ନଚେତ ଆଗାମୀ ଦିନ ରେ ଦୃଘଟଣା ହେଲେ ପ୍ରଶାସନ ଦାୟୀ ରହିବ ବୋଲି ସାଧାରଣ ରେ ଦାବି ହୋଇଛି l