ବାହାନଗା ରେଳ ଦୁର୍ଘଟଣାର ସୁପ୍ରିମକୋର୍ଟ ତତ୍ୱାବଧାନରେ SIT ତଦନ୍ତ, ମୃତ ବ୍ୟକ୍ତିଙ୍କୁ 50 ଲକ୍ଷ କ୍ଷତି ପୂରଣ, ମୃତ ବ୍ୟକ୍ତିଙ୍କ ପରିବାରରୁ ଜଣକୁ ଚାକିରୀ,ରେଳବାଇରେ ଖାଲି ପଡିଥିବା 3 ଲକ୍ଷ 12 ହଜାର ପଦଵୀ ପୂରଣ ,ନିରପେକ୍ଷ ତଦନ୍ତ ପାଇଁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଏବଂ ବ୍ରହ୍ମପୁରରୁ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଓ ଦିଲ୍ଲୀକୁ ଟ୍ରେନ ଚଳାଇବା , ପାସିଞ୍ଜେର ଟ୍ରେନ ଭଡା ଲାଗୁକରିବା ଓ ବ୍ରହ୍ମପୁର ରେଳ ଷ୍ଟେସନରେ କୋଚ କ୍ଲିନିଙ୍ଗ ବ୍ୟବସ୍ଥା ଆରମ୍ଭ ଦାବିରେ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ସିପିଏମ ,ସିପି ଆଈ,cpim ରେଡ଼ ଷ୍ଟାର, ଓ ଆପ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ ଅୟୋଜିତ ବିକ୍ଷୋଭ ସଭାରେ ସିପିଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ବକ୍ତବ୍ୟ ରଖି ବହାନଗା ରେଲ ଦୁର୍ଘଟଣା କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପ୍ରତି ଚରମ ଅବହେଳାର ପରିଣତି ବୋଲି ବର୍ଣ୍ଣନା କରିଥିଲେ।2022 ମସିହାରେ CAG ରେଳ ବିଭାଗରେ ଟ୍ରାକ ପରିବର୍ତ୍ତନ, ସିଗନାଲିଙ୍ଗ, ପାସେଞ୍ଜେର ନିରାପତ୍ତା, ଖାଲିପଦବୀ ପୂରଣ ଇତ୍ୟାଦି କ୍ଷେତ୍ରରେ ଥିବା ତୃଟିକୁ ଉଲ୍ଲେଖ କରିବା ସହିତ ଅତିଶୀଘ୍ର ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ।କିନ୍ତୁ ସରକାର ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ସେଫଟି ବାଦଦ ଵ୍ୟୟ ବରାଦକୁ ହ୍ରାସ କରିଛନ୍ତି। ତେଣୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟିଚାଲିଛି।କେନ୍ଦ୍ରସରକାର ଓ ରେଳ ବିଭାଗ ନିଜର ଦୁର୍ବଳତାକୁ ଘୋଡାଇବା ପାଇଁ ବୋଲକରା cbi ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ତେଣୁ cbi ତଦନ୍ତ ବାତିଲ କରି ସୁପ୍ରିମକୋର୍ଟ ତତ୍ୱାବଧାନରେ SIT ତଦନ୍ତ ଦାବୀ କରିଥିଲେ।ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରକାଶ ପାତ୍ର ,ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା,କୈଳାସ ଷଡଙ୍ଗୀ, ହରୀକୃଷ୍ଣ ରେଡି, ଦିଦ୍ୟାଧର ଜେନା, ରାମ ନାୟକ, ଦିଲିପ ଛୋଟରାୟ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ସିପିଆଇ ନେତା,ପ୍ରଶାନ୍ତ ପାଟଯୋଶୀ ,ନାରାୟଣ ରେଡି, ପ୍ରଦୀପ ସେଠି, କାମଦେବ ପାହାନ, cpim ରେଡ଼ ଷ୍ଟାର ର ପାର୍ବତୀ, ଆପ ପାର୍ଟିର ଆଦିତ୍ୟ ରଥ ଓ ସୁବାଷ ରାଉତ ପ୍ରମୁଖ ନେର୍ତ୍ତୃତ୍ୱ ନେଉଥିଲେ।
ଶେଷରେ ଏକ ପ୍ରତିନିଧି ଦଳ ଷ୍ଟେସନ ପରିଚାଳକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

