ଗଞ୍ଜାମ ବଡଗଡ ଥାନା ମଛାକୋଟ ଗାଁ ନିକଟ ହରଭଙ୍ଗୀ କେନାଲରୁ ଅଜଣା ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର। ମୃତକଙ୍କ ପରିଚୟ ଅସ୍ପଷ୍ଟ।ଆଜି ସକାଳୁ ଗାଁ ଲୋକେ କେନାଲ ରେ ମୃତ ଦେହ ଭାସି ଆସି ଲାଗିଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ କେନାଲରୁ ଉଦ୍ଧାର କରିଛି। ତେବେ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ଚିହ୍ନଟ କରି ପାରିନାହାଁନ୍ତି। ଅଜଣା ବ୍ୟକ୍ତିଙ୍କୁ କେହି ହତ୍ୟା

କରି ପ୍ରମାଣ ନଷ୍ଟ ପାଈଁ କେନାଲରେ ଫିଙ୍ଗିଦେଇଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି। ବଡଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି। ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।


