You are currently viewing ବାଇକ୍ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର
ବାଇକ୍ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

୦୭/୧୧/୨୦୨୫ ସୋରଡ଼ା, (ଲିଟୁ କୁମାର ବିଷୋୟୀ )ଗଞ୍ଜାମ ସୋରଡା ଥାନା ଅସୁରବନ୍ଧ ପଞ୍ଚାୟତ ର ଖାରିକୋଟି ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣକ ହେଲେ ଯାତ୍ରମା ଗ୍ରାମର ନାରାୟଣ ଗୌଡ଼ ଙ୍କ ପୁଅ କାର୍ତ୍ତିକ ଗୌଡ଼ ରାହୁଲ ଗୌଡ଼ । ସୂଚନା ପ୍ରକାରେ ଗତ କାଲି କାର୍ତ୍ତିକ ରାହୁଲ ଙ୍କ ସହ ନିଜ ଶଶୁର ଘର ରଣବା ଗ୍ରାମ କୁ ଯାଇ ବାଇକ୍ ରେ ଯାଇ ନିଜ ଗ୍ରାମ ଯାତ୍ରାମା କୁ ଫେରୁଥିବା ବେଳେ ଖାରିକୋଟି ଗ୍ରାମ ନିକଟ ବାଇକ ଟି ଭାରାଶ୍ୟାମ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗୋଟିଏ କଲଭର୍ଟ ତଳକୁ କୁ ଖସି ଯାଇଥିଲା ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିଲେ। ସେଠାରେ କାର୍ତ୍ତିକ କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରାହୁଲ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।