ପାତ୍ରପୁର,୩/୫/୨୩ (ଅଜୟ କୁମାର ସ୍ୱାଇଁ ):ପାତ୍ରପୁର ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଇଚ୍ଛାପୁର ଦେଇ ବ୍ରହ୍ମପୁର ଯାତାୟାତ ପଥରେ ଥିବା ବ୍ରିଟିଶ ଅମଳର ବାହୁଦା ନଦୀ ପୋଲ ଭୁସୁଡ଼ିବା ଯୋଗୁଁ ଯାତାୟାତ ସମସ୍ୟା ଦେଖା ଦେଇଛି।ଓଡ଼ିଶା ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର ଗ୍ରାମ ଦେଇ ପାତ୍ରପୁର ବ୍ଳକ ରୁ ଥିବା ସଡ଼କ ପଥରେ ଇଚ୍ଛାପୁର ଗ୍ରାମ ବାହୁଦା ନଦୀରେ ଏକ ପୋଲ ନିର୍ମାଣ ହୋଇ ଥିଲା।ଆଜି ଭୋର୍ ଛଅ ଘଣ୍ଟା ବେଳେ ଏକ ଟ୍ରଲର ଏହି ପୋଲ ଉପର ଦେଇ ପାର ହେଉଥିବା ବେଳେ ପୋଲଟି ଭାଙ୍ଗି ପଡିଥିଲା। ପୋଲ ଭାଙ୍ଗିବା ଖବର ପ୍ରଚାରିତ ହେବା ପରେ ବିଭି୍ନପ୍ରାନ୍ତରୁ ଲୋକ ଭଙ୍ଗା ପୋଲ ନିକଟରେ ପହଞ୍ଚି ଥିଲେ। ଏପରିକି ଏହି ମାତ୍ର ଗୋଟିଏ ପଥ ପାତ୍ରପୁର ସହିତ ଆନ୍ଧ୍ରଠାରୁ ସଂଯୋଗ ରହିଥିଲା ଯାହାକୁ ଦେଖି ମାଡ୍ରାସ ପ୍ରେଶିଡେନସ ପକ୍ଷରୁ ବାହୁଦା ନଦୀରେ ପୋଲ ନିର୍ମାଣ କରିଥିଲେ।ଏହି ପୁରୁଣା ପୋଲ ଭାଙ୍ଗିଯିବା ଫଳରେ ଇଚ୍ଛାପୁର କୁ ଯାତାୟାତ ରେ ଅସୁବିଧା ସୃଷ୍ଟି ହୋଇଛି।ଏବେ ବିଭି୍ନପ୍ରାନ୍ତରୁ ଇଚ୍ଛାପୁର ଦେଇଯାତାୟାତ କରୁଥିବା ଲୋକମାନେ ଜାତୀୟ ରାଜପଥ ଦେଇ ଯିବା ସହ ଇଚ୍ଛାପୁର ଯିବାକୁ ପଡ଼ିବ ଏଥିପାଇଁ ଅଧିକା ପଥ ଅତିକ୍ରମ କରିବାକୁ ହେବ। ପୋଲ ଭାଙ୍ଗିବା ଯୋଗୁଁ ଉପୁଜି ଥିବା ସମସ୍ୟା କୁ ଉପଲବ୍ଧି କରି ଆନ୍ଧ୍ର୍ରଦେଶର ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି।

