ପାତ୍ରପୁର , ୨୦/୦୧ – ( ପ୍ରଫୁଲ୍ଲ ସାବତ ) -:- ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଝଗଡାପଲ୍ଲୀ ନିକଟରେ ଓ ଆର୍ ୦୨ ବି ବି ୯୭୭୭ ମିନିବସ ଓଲଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ମିନି ବସ୍ ଟି ରାଇଗଡ ରୁ ବୁରାତାଲ ଫେରୁଥିବା ବେଳେ ଝଗଡାପଲ୍ଲୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡ଼ି ରେ ବସିଥିବା ମୋହନା ବ୍ଲକ ସିକୁଳିପଦରର ସରସ୍ଵତୀ ଶବର (୧୬) ଏବଂ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଂଚାୟତ ନିକଟସ୍ଥ ଅରଖପଦା ଗ୍ରାମର ସୁମତି ରଇତ (୨୮) ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଖାରିଆଗୁଡ଼ା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥୀ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଆହତ ମାନଙ୍କୁ ଚିକିତ୍ସା କରାଇବା ନିମନ୍ତେ ପାତ୍ରପୁର ମେଡ଼ିକାଲ କୁ ପଠାଯାଇଛି। ଦୁର୍ଘଟଣାସ୍ଥଳରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ମୋଟ 13 ଜଣ ଆହତଙ୍କୁ ପାତ୍ରପୁର ମେଡିକାଲ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନିତା ଶବର,ଇପ୍ସିତା ବଳିଆରସିଂ, ପାର୍ବତୀ ନାୟକ,ବାବୁଲା ଶବର,ନମିତା ପାଣିଗ୍ରାହୀ,ଟୁନା ବିଷୋୟୀ,ଜାନକୀ ଦଳାଇ ଆଦି ୮ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି । ଦୁର୍ଘଟଣା ଖବର ପାଇ ପାତ୍ରପୁର ବିଡ଼ିଓ ପ୍ରକାଶ ଦାସ ଦୁର୍ଘଟଣାସ୍ଥଳ ସହ ପାତ୍ରପୁର ମେଡିକାଲ ଯାଇ ଘଟଣାର ସମୀକ୍ଷା କରି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଖାଅରିଆଗୁଡା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଛି
