You are currently viewing ଟ୍ରାକ୍ଟର ଚକା ତଳେ ପଡି ଜଣେ ମୃତ
ଟ୍ରାକ୍ଟର ଚକା ତଳେ ପଡି ଜଣେ ମୃତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଶାଳିଆଡ୍ୟାମ ତଳ ରାସ୍ତାର ଡାହିକି ଛକ ନିକଟରେ ଟ୍ରାକ୍ଟର ଚକା ତଳେ ପଡି ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଅଙ୍ଗାର ଗାଁ ଗ୍ରାମର ବନମାଳୀ ମଣ୍ଡଳ | ସୂଚନା ଅନୁଯାୟୀ ବନମାଳୀ କୌଣସି କାମରେ ବିଲକୁ ଯାଇଥିଲେ। ଏକ ଟ୍ରାକ୍ଟର ରେ ବସି ବିଲରୁ ଫେରୁଥିଲେ। ଡାହିକି ଛକ ନିକଟରେ ହଠାତ ଗାଡି ଚକା ତଳେ ପଡିଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବେଗୁନିଆପଡା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ । ଦୁର୍ଘଟଣା ସ୍ଥଳରୁ ଟ୍ରାକ୍ଟର ନମ୍ବର (OD07Aw0781)
କୁ ଜବତ କରିବା ସହ ତଦନ୍ତ ଜାରି ରହିଥିବା ଥାନା ଏସ ଆଇ ଟୁନା ପୀଡ଼ିକା ସୂଚନା ଦେଇଛନ୍ତି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।