You are currently viewing ଗଞ୍ଜାମ ଜିଲ୍ଲା ବରଫ କଳ କମ୍ପ୍ରେସର ଟ୍ୟାଙ୍କ ଫାଟି ଜଣେ ମୃତ,୦୩ ଆହତ ।
ଗଞ୍ଜାମ ଜିଲ୍ଲା ବରଫ କଳ କମ୍ପ୍ରେସର ଟ୍ୟାଙ୍କ ଫାଟି ଜଣେ ମୃତ,୦୩ ଆହତ ।

ଧରାକୋଟ :(୯/୩/୨୬)ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ତାଳ ପାଟଣା ରେ ମଲେଇ ତିଆରି ପାଈଁ ରହିଥିବା ବରଫକଳ ର ମରାମତି ବେଳେ କମ୍ପ୍ରେସର ଟ୍ୟାଙ୍କ ଫାଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଆହତ ହୋଇଥିବା ଜଣାପଡିଛି l ଗତ କିଛି ଦିନ ହେଲା ରମେଶ ଚନ୍ଦ୍ର ମହାପାତ୍ର ମଲେଇ ବ୍ୟବସାୟ କରିବା ପାଈଁ ନିଜ ଘରେ ଏକ ଛୋଟ ଫେକ୍ଟ୍ରି ପ୍ରସ୍ତୁତ କରିଥିଲେ l ଗତ ଦୁଇ ଦିନ ପୂର୍ବରୁ ମଲାଈ ବାହର କରି ମାର୍କେଟ କରିବା ପାଈଁ ପ୍ରକ୍ରିୟା ଆରମ୍ଭ କରିଥିଲେ l

ହେଲେ ଉପଯୁକ୍ତ ଥଣ୍ଡା ନହେବାରୁ ଏହି ମେସିନ କୁ ଫିଟିଂ କରିଥିବା ମେକାନିକ ଜଗନ୍ନାଥପ୍ରସାଦ ନିକଟସ୍ଥ କୁସପଲି ଗ୍ରାମର ବିଦେଶୀ ପ୍ରଧାନ (୫୬) ଏହାକୁ ସଜାଡୁଥିବା ବେଳେ ଅଚାନକ କମ୍ପ୍ରେସର ଟ୍ୟାଙ୍କ ଫାଟି ଯାଇଥିଲା ।

ଘଟଣା ସ୍ଥଳରେ ପ୍ରବଳ ଶବ୍ଦ ହେବାସହ ଘରର ଟିଣଟି ଉଡିଯାଇଥିଲା l ଏଭଳି ଶବ୍ଦ ହେବା ଶୁଣି ଘର ଲୋକ ଏବଂ ପାଖ ପଡୋଶୀ ଲୋକେ ଆହତ ମିସ୍ତ୍ରୀ,ବିଦେଶୀ ପ୍ରଧାନ (୫୬),ରମେଶ ଚନ୍ଦ୍ର ମହାପାତ୍ର (୭୫),, ଶୋଭାବତୀ ମହାପାତ୍ର (୬୫) ହେମନ୍ତ ମହାପାତ୍ର (୪୮) କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲ କୁ ନେଇଥିଲେ l

ସମସ୍ଥଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରକ ରାଯାଇଥିଲା l ବ୍ରହ୍ମପୁର ମେଡ଼ିକାଲ ରେ ମିସ୍ତ୍ରୀ ଭାବେ କାର୍ଯ୍ୟରତ ବିଦେଶୀ ପ୍ରଧାନଙ୍କ ମୃତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ରମେଶ ମହାପାତ୍ର ଓ ହେମନ୍ତ ମହାପାତ୍ର ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ପକ୍ଷରେ ଶୋଭାବତୀ ମହାପାତ୍ର ଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଜଣାପଡିଛି l ଧରାକୋଟ ପୋଲିସ ଖବର ପାଇ ଘଟଣା ସ୍ଥଳ ଏବଂ ବ୍ରହ୍ମପୁର ମେଡ଼ିକାଲ ଅଭିମୁଖେ ଯାଇ ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପକ୍ରିୟା ଆରମ୍ଭ କରିଛନ୍ତି ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପ୍ରକାଶ କରିଛନ୍ତି l ଘଟଣା ସମ୍ପର୍କରେ ତଦନ୍ତକାରୀ.

ଅଧିକାରୀ ସବ ଇନ୍ସପେକ୍ଟର ସସ୍ମିତା ପଣ୍ଡା ଙ୍କ ସହ ଯୋଗାଯୋଗ ବେଳେ ଏ ସମ୍ପର୍କରେ ମୃତକ ବିଦେଶୀ ପ୍ରଧାନ ଙ୍କ ପୁତ୍ର ମୁନା ପ୍ରଧାନ ଏତଲା ଦେବା ପରେ ଧରାକୋଟ ଥାନାରେ 103/26 ପ୍ରକାରେ ମାମଲା ରୁଜୁ ହୋଇଛି । ବରଫକଳ ସଜାଡ଼ିବା ବେଳେ ଏପରି ଘଟଣା ଘଟିଛି ଏବଂ ଅନୁସନ୍ଧାନ କରିବା ପରେ ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି। ଆଜିର ଏହି ଘଟଣା ଧରାକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।