You are currently viewing ତପ୍ତପାଣି ଘାଟିରେ ଗୋଡି ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ
ତପ୍ତପାଣି ଘାଟିରେ ଗୋଡି ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଦିଗପହଣ୍ଡି – ଶୁକ୍ରବାର ମଧ୍ୟାହ୍ନରେ ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ତପ୍ତପାଣି ଘାଟିରେ ଏକ ଗୋଡି ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କାହାରିକୁ କ୍ଷତି ହୋଇନଥିବା ବେଳେ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ଫେରିଥିଲେ । ଖବରନୁଯାୟୀ , ଶୁକ୍ରବାର ଦିନ ସାଢେ ୧୨ ଘଣ୍ଟା ସମୟରେ ଟ୍ରକଟି ଗଜପତିରୁ ଗୋଡି ଧରି ଘାଟି ଓହ୍ଲାଉଥିବା ବେଳେ ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ ବସିଥିବା ଯୋଗୁଁ ଗାଡ଼ିଟି ରାସ୍ତା କଡ଼ରେ ଓଲଟି ପଡିଥିଲା । ତେବେ ଚାଳକଙ୍କ ଜୀବନ ସୁରକ୍ଷିତ ରହିଥିବା ବେଳେ ଖବରପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ପୋଡାମାରୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି ।