You are currently viewing ସିମେଣ୍ଟ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଲା ଆଇସକ୍ରିମ ବୋଝେଇ ଗାଡି
ସିମେଣ୍ଟ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଲା ଆଇସକ୍ରିମ ବୋଝେଇ ଗାଡି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସବ ଜେଲ ନିକଟରେ ପୂର୍ବରୁ ରହିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ପଛ ପଟୁ ତୁମୁଡିବନ୍ଧ ଆଡୁ ଆସୁଥିବା ଏକ ଆଇସକ୍ରିମ ବୋଝେଇ ଗାଡି ଭାରସାମ୍ୟ ହରାଇ ଧକ୍କା ଦେବାରୁ ଆଇସକ୍ରିମ ଗାଡିର ସମ୍ମୁଖ ଭାଗ କ୍ଷତି ଘଟି ଥିବା ବେଳେ ଅନ୍ୟ କାହାର କିଛି କ୍ଷୟକ୍ଷତି ହୋଇନାହିଁ l ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l