ଆସିକା ୧୭/୦୬/୨୪
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମଚ୍ଚlକୋଟ ଘାଇ ଛକ ଠାରେ ଲଷ୍ମୀ ବସ ଧକ୍କାରେ ଜଣେ ମୃତ ହୋଇଛି l ଆଜି ଅପରାହ୍ନ ସମୟରେ ଲକ୍ଷ୍ମୀ ବସ ଧରାକୋଟ ରୁ ମଚ୍ଚlକୋଟ ପଂଚାୟତ ଅଭିମୁଖେ ଯାଉଥିଲା l ଏହି ଯାତ୍ରୀବାହି ବସ ଟି ମଚ୍ଚlକୋଟ ଭାଇ ଛକ ରେ ସେହି ପଂଚାୟତ ର ଗମ୍ଭାରୀଗୁଡା ଗ୍ରାମ ର କାର୍ତ୍ତିକ ନାୟକ (୫୦) ନାମକ ବୃଦ୍ଧ ଛିଡା ହୋଇଥିବା ବେଳେ ଦୁର୍ଘଟଣା ଘଟିଥିଲା l ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା l ପରିବାର ଏବଂ ଗ୍ରାମବାସୀ ପକ୍ଷରୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା l ଖବର ମିଳିବା ପରେ ବଡ଼ଗଡ଼ ଥାନା ଘଟଣା ସ୍ଥଳରେ ପହଂଚି ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ l ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି l ବର୍ତମାନ ରାସ୍ତାରୋକ ହଟିଯାଇଥିବା ସୂଚନା ହସ୍ତଗତ ହୋଇଛି l ଘଟଣା ସ୍ଥଳରେ ଉପଖଣ୍ଡ ଅରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ପହଂଚି ତଦନ୍ତ ଚାଲୁରଖିଛନ୍ତି l ବଡ଼ଗଡ଼ ପୋଲିସ ଗାଡିକୁ ଜବତ କରିବା ସହ ମୃତ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ଏବଂ ରେଡ କ୍ରସ ପାଣ୍ଠି ରୁ ଆର୍ଥିକ ସହାୟତା ପ୍ରଦାନ କରାଯିବକୁ ପ୍ରତିଶୃତି ଦିଆଯାଇଛି l
ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ
