ପୁରୁଷୋତ୍ତମପୁର ସହର ରେ ଆଜି ସନ୍ଧ୍ୟା ରେ ବାଲେଶ୍ୱର ବାହାନଗା ଠାରେ କର ମଣ୍ଡଳ ରେଳ ଦୁର୍ଘଟଣା ରେ ଅକାଳ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ, ଏବଂ ଆହାତ ବ୍ୟକ୍ତି ଙ୍କ ଆସୁ ଆରୋଗ୍ୟ କାମନା କରି ସହର ର ବରିଷ୍ଟ ନାଗରିକ ସଙ୍ଘ ତରଫରୁ ହିନ୍ଦୀ ଭବନ ଠାରୁ ଏକ କେଣ୍ଡେଲ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ ଛକ ଠାରୁ ରାଧକାନ୍ତ ସାହି ଦେଇ ବଜାର ରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏହି ଶୋଭା ଯାତ୍ରା ଯାଇଥିଲେ |

ଏହି ଶୋଭା ଯାତ୍ରାରେ ବରିଷ୍ଟ ନାଗରିକ ସଙ୍ଘର ସମସ୍ତ କର୍ମକର୍ତ୍ତା ଙ୍କ ସହିତ ସଭାପତି, ସମ୍ପାଦକ, ଓ ଅନ୍ୟାନ୍ୟ ବୁଦ୍ଧି ଯିବି, ଆଇନ ଯିବି, ଶ୍ରୀରାମ ଆଦର୍ଶ ଶିକ୍ଷା ନୁଷ୍ଠାନ ର ନିର୍ଦେଶକ, ଛାତ୍ର ଛାତ୍ରୀ ଙ୍କ ସହିତ, କିଛି ଶିକ୍ଷାବିତ, ସାମ୍ବାଦିକ, ପୂର୍ବତନ ନଗର ପାଳ, କିଛି କାଉନ ସିଲର, ବିଭିର୍ଣ୍ଣ ଦଳର ରାଜ ନେତା, କର୍ମୀ ଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ ଯୋଗ, ଦେଇ ଥିଲେ |.
ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ

