You are currently viewing ଫାଶୀ ରାସ୍ତାରେ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା, ଗିରଫ ହେଲା କାର୍ ଡ୍ରାଇଭର
ଫାଶୀ ରାସ୍ତାରେ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା, ଗିରଫ ହେଲା କାର୍ ଡ୍ରାଇଭର

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ଠାରୁ କୋଦଳା ଯିବା ରାସ୍ତାରେ ଗୁରୁବାର ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣା ସ୍ଥଳରୁ କାର୍ ଡ୍ରାଇଭର ଫେରାର ହୋଇଯାଇଥିଲା। ତେବେ ଆଜି କୋଦଳା ଥାନା ପୋଲିସ ସଂପୃକ୍ତ କାର୍ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଦଣ୍ଡିଶ୍ୱର ମନ୍ଦିର ଠାରୁ ଫାଶୀ ଯିବା ରାସ୍ତାର ବି ନୂଆଁପଲୀ ନିକଟରେ ଏଭଳି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ହିଁ ମହିଳା ଜଣକ ମୃତ୍ୟୁ ବରଣ କରିଥିଲେ ।ଖବର ପ୍ରଚାରିତ ହେବା ପରେ ମହିଳା ଗାଁ ବି ନୂଆଁପଲୀରେ ଶୋକର ଛାୟା ଖେଳିଯାଇଛି।
ନୂଆଁପଲୀର ୨୫ ବର୍ଷୀୟ ସୁନୀତା ପରିଡା ନାମକ ମହିଳା କୋଦଳା ବଜାରକୁ ଆସି ନିଜ ଘର ବି ନୂଆଁପଲୀକୁ ଚାଲି ଚାଲି ଯାଉଥିବା ବେଳେ କୋଦଳାରୁ ଫାଶୀ ଅଭିମୁଖେ ଯାଉଥିବା କାର୍ ଟି ହଠାତ୍ ପଛପଟୁ ପିଟି ଦେଇଥିଲା। କୋଦଳା ପୋଲିସ ପକ୍ଷରୁ ସିସିଟିଭି କ୍ୟାମେରା ଆଧାରରେ ଘଟଣାର ଛାନଭିନ୍ କରି ଶୁକ୍ରବାର ଅପରାହ୍ନରେ କାର୍ ଡ୍ରାଇଭର ଶ୍ରୀକାନ୍ତ କୁମାର ଡାଗୁଂଆ କୁ ଗିରଫ କରିବାରେ ସକ୍ଷମ ହୋଇଛି। ଡ୍ରାଇଭରକଂ ଘର ପୋଲସରା ଓଡ଼ିଆ ସାହି ବୋଲି ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।