କବିସୂର୍ଯ୍ୟନଗର : ପୋଖରୀ ସାରା ଯୁଆଡେ ଦେଖିବେ ସିଆଡେ ଭାସୁଛି ମଲା ମାଛ l ଛୋଟ ମାଛଠୁ ଧରି ବଡ଼ ବଡ଼ ରୋହି ଭାକୁର ଭଳି ଅନେକ ପ୍ରଜାତିର ମାଛ ପାଣି ଉପରେ ଭାସିବା ସହିତ ପଚିବା ଆରମ୍ଭ କଲେଣି l ଏହି ସବୁ ମଲା ମାଛକୁ ପୋଖରୀରୁ ବାହାରକରୀ ଟ୍ରାକ୍ଟର ଯୋଗେ ଦୁରସ୍ଥାନରେ ପକାଯାଉଛି l ଏହି ଦୃଶ୍ୟ ଦେଖି ଆଖିରୁ ଲୁହ ଝରାଉଛି ଚାଷୀ l ମାଛ ଚାଷ କରି ଦୁଇପଇସା ରୋଜଗାର ଆଶାକରିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି l ଏହି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ସିଆଳିଆ ପଞ୍ଚାୟତ ଅଧିନ ଶୀଧେଶ୍ଵର ମନ୍ଦିର ନିକଟ ଲକ୍ଷ୍ମୀ ନାରାୟଣ ସାଗର ର l ଏହି ପୋଖରୀ କୁ ଦୁଇ ବର୍ଷ ଲିଜ ସୂତ୍ରରେ ମାଛଚାଶ ଲାଗି ନେଇଥିଲେ ସୁଶାନ୍ତ କୁମାର ବିଶ୍ୱାଳ l ସେ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳା ଛାଡି ମାଛଚାଷ କରଥିବା ବେଳେ ଆଉ କିଛିଦିନ ପରେ ପୋଖରୀରୁ ଧରି ଦୁଇପଇସା ରୋଜଗାର ର ଲଖ୍ୟ ରଖିଥିଲେ ସୁଶାନ୍ତ l ହେଲେ ଗତ ରବିବାର ସନ୍ଧ୍ୟାରେ ପୋଖରୀର କିଛି ମାଛ ମାରି ଭାସୁଥିବା ଦେଖିବାକୁ ପାଇଥିଲେ l ଏବଂ ଆଜି ସକାଳୁ ଏହା ର ସଂଖ୍ୟା ବୃଦ୍ଧି ପାଇ ପୋଖରୀ ସାରା କୁଢ଼ କୁଢ଼ ମଲା ମାଛ ଭାସୁଥିବା ଦେଖି କିଭଳି ଏହାର କ୍ଷତି ଭରଣା କରିବେ ଓ ମାଛ ଚାଷ ଲାଗି କରିଥିବା ଋଣ କିଭଳି ପରିଶୋଧ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି

ତେବେ ପୋଖରୀର ମାଛ ମାରିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିବା ସୁଶାନ୍ତ ଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବିକରିଛନ୍ତି ଅଞ୍ଚଳବାସୀ l ଅନ୍ୟପଟେ ଘଟଣା ନେଇ ଆମପାଖରେ କୌଣସି ଅଭିଯୋଗ ହୋଇନାହିଁ l ଅଭିଯୋଗ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ବ୍ଲକ ମତ୍ସ ସମ୍ପଦ ବିଭାଗ ଅଧିକାରୀ
ଏତେ ସଂଖ୍ୟକ ମାଛ ଏକା ସଙ୍ଗେ ମରିବା ଘଟଣା ନେଇ ସୁଶାନ୍ତ କବିସୂର୍ଯ୍ୟନଗର ଥାନାରେ ହୋଇଛି ଲିଖିତ ଅଭିଯୋଗ l
କବିସୂର୍ଯ୍ୟନଗର ରୁ କୃଷ୍ଣ ନାହକ ରିପୋର୍ଟ
