You are currently viewing ତଲିଉଡାର ରାସ୍ତା ବଛର ବନ୍ଧ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା…ଜଣେ ମୃତ,ତିନ ଗୁରୁତର
ତଲିଉଡାର ରାସ୍ତା ବଛର ବନ୍ଧ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା…ଜଣେ ମୃତ,ତିନ ଗୁରୁତର

ବଲାଙ୍ଗିର -( ଏସ ମହାକୁର )- ଲୋଇସିଂହା ବ୍ଳକ ତଲିଉଡା ରାସ୍ତାର ବଛରବନ୍ଧ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି । ଗୁରୁତର ତିନିଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବାଇକ ଆରୋହି ଜଣକ ଚନ୍ଦନଭାଟି ଗାଁର ପଂଚା ମେହେର ବୋଲି ଜଣାପଡିଛି । ପଂଚା ମେହେର ଏକାକି ବାଇକରେ ତଲିଉଡା ପଟୁ ନିଜ ଗାଁ ଚନ୍ଦନଭାଟିକୁ ଫେରୁଥିଲେ । ଅନ୍ୟପଟେ କୁଶଙ୍ଗ ଗାଁର ତିନି ଜଣ ଯୁବକ ବଲାଙ୍ଗିରରୁ ନିଜ ଗାଁକୁ ଯାଉଥିଲେ । ହଠାତ ବଛରବନ୍ଧ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପଂଚା ମେହେରଙ୍କ ଜୀବନ ଚାଲିଯାଇଥିଲା । କୁଶଙ୍ଗ ଗାଁର ତିନି ଗୁରୁତରଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ସଦର ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।