You are currently viewing ଜଙ୍ଗଲି ବିଲୁଆ ଆକ୍ରମଣରେ ୫ଗୁରୁତର।
ଜଙ୍ଗଲି ବିଲୁଆ ଆକ୍ରମଣରେ ୫ଗୁରୁତର।

ଦିଗପହଣ୍ଡି:୬/୧୨(ଶିବ ପ୍ରସାଦ ରଥ)
କୁକୁଡ଼ାଖଣ୍ଡି ବ୍ଲକ ରୋହିଗାଁ ଗ୍ରାମରେ ବାୟା ବିଲୁଆ ଆତଙ୍କରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ଶନିବାର ସନ୍ଧ୍ୟାରେ ଜଙ୍ଗଲି ବିଲୁଆ ଆକ୍ରମଣରେ ୫ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହାତ ମାନେ ହେଲେ ରୋହିଗାଁ ଗ୍ରାମର ସୁକୁନୁ ଜେନା (୫୮),ସୋଲି ସ୍ୱାଇଁ(୬୦) ,ତପସ୍ପିନି ଜେନା (୨୫),ସରମିଲା ଜେନା (୩୫) ଓ ଗୁରୁଦେବ ରଣା(୩୮)5 ବୋଲି ଜଣାପଡିଛି। ସମସ୍ତ ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଡପଡା ମେଡ଼ିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି। ଏବେ ଧାନ ଫସଲ ଅମଳ ସମୟ ହୋଇଥିବା ହେତୁ ଲୋକମାନେ ଚାଷ ଜମିକୁ ଯାଇଥିବା ବେଳେ ଏହି ଜଙ୍ଗଲି ବିଲୁଆ କବଳରେ ପଡ଼ିଯାଇଥିଲେ। ଏହି ବିଲୁଆ ହଟାତ୍ ଳୋକଙ୍କୁ ଗୋଡ଼ାଇ କାମୁଡ଼ି ରକ୍ତାକ୍ତ କରିଦେଇଥିଲା। ଏହି ଜଙ୍ଗଲି ବିଲୁଆ ଯୋଗୁଁ ଲୋକେ ଆତଙ୍କିତ ହୋଇ ଧାନ ଫସଲ ଅମଳ କରିବାକୁ ଯିବାକୁ ମଧ୍ୟ ଭୟ କରୁଛନ୍ତି। ଆହାତ ମାନଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।