You are currently viewing ରାସ୍ତା ନିର୍ମାଣ ବେଳେ ଓଲଟିଲା ରୋଲର, ଚାଳକ ମୃତ।
Oplus_131072
ରାସ୍ତା ନିର୍ମାଣ ବେଳେ ଓଲଟିଲା ରୋଲର, ଚାଳକ ମୃତ।

ଗଞ୍ଜାମ ସୋରଡ଼ା ଥାନା ବାରଧାଙ୍ଗିଡ଼ି ଗାଁ ନିକଟରେ ଅଭାବନୀୟ ଘଟଣା।ନୂଆଗାଁ ଠାରୁ ଝଗଡେଇ ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦୁଖଃଦ ଖବର ସାମନା କୁ ଆସିଛି।ବର୍ଷା ସମୟରେ ପିଚୁ ଢାଳି ରାସ୍ତା ନିର୍ମାଣ କରୁଥିବା ବେଳେ ମାଟି ଅତଡ଼ା ଧସି ଓଲଟି ପଡିଲା ରୋଲର ଗାଡ଼ି। ରୋଲର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକ ହେଲେ ଦିଗପହଣ୍ଡି ଥାନା କଇଠଗଡା ଗ୍ରାମର ରାଜେନ୍ଦ୍ର ମିଶ୍ର। ସୂଚନା ମୁତାବକ ରାଜେନ୍ଦ୍ର ଦୀର୍ଘ ମାସ ହେଲା ଏକ ଠିକା କମ୍ପାନୀ ରେ ରହି ରୋଲର ଚାଳକ ଭାବେ କାମ କରୁଥିଲେ। ଆଜି ଅପରାହ୍ନ ସମୟରେ ଢ଼ି ଢ଼ି ବର୍ଷା ହେଉଥିବା ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିଲା।

Oplus_131072

ପିଚୁ ଢଳାଇ କରି ରୋଲର ସାହାଯ୍ୟରେ ସମତୁଲ କରାଯାଉଥିବା ବେଳେ ରାସ୍ତାପାର୍ଶ୍ୱର ମାଟି ଅତଡ଼ା ଧସେଇ ଯାଇଥିଲା ଫଳରେ ରୋଲର ଗାଡିଟି ଭାରସାମ୍ୟ ହରାଇ ଗଭୀର ଜମିକୁ ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଚାଳକ ଙ୍କ ମୃତ୍ୟୁ ହୋଇଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

Oplus_131072