(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ)
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ଡାଳବଣିଆ ନିକଟରେ ବୁଧବାର ଦିନ ନିଆଁ ଲାଗି ପ୍ରାୟ 30 ଏକର ରୁ ଉର୍ଦ୍ଧ କାଜୁ ଓ ଶାଗୁଆନ ବଗାନ ପୋଡି ନଷ୍ଟ ହୋଈ ଯାଇଛି ! ଖବର ପାଇ କୋଦଳା ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ନିଆଁ କୁ ଆୟତ୍ତ କରିଥିଲେ ! ଏଥିରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଚରଣ ବିଷୋୟୀ, ସୁବାସ ବିଷୋୟୀ, ଟୁକୁନା ବିଷୋୟୀ, ଯୋଗୀ ଗୌଡ଼, ସୁରେନ୍ଦ୍ର ସେଠି, ପୂର୍ଣ୍ଣ ଚନ୍ଦ୍ର ସେଠି, କାମରାଜୂ ସେଠି, ନିରଞ୍ଜନ ସେଠି ଙ୍କ ସମେତ ଅନେକ ଲୋକଙ୍କ କାଜୁ ଓ ଶାଗୁଆନ ବଗାନ ପୋଡ଼ ନଷ୍ଟ ହୋଇଯାଇଛି ! ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ! ବର୍ତମାନ ପ୍ରବଳ ଖରା ହେଉଥିବାରୁ ଏହି ନିଆଁ ପ୍ରବଳ ବେଗରେ ଲାଗି ଯାଇ ଥିଲା ! ଏମାନେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି !
