ଖଲ୍ଲିକୋଟ : 29/2 ଗୁରୁବାର ଦିନ ଭୋର ରୁ ଜଗନ୍ନାଥ ଦର୍ଶନ ପାଇଁ ମାଲକାନଗିରି ଠାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଅତ୍ୟଧିକ କୁହୁଡି ଯୋଗୁ ବୋଲର ଗଡି ସିଙ୍ଗଡ଼ାପଲି ନିକଟରେ ଭାରସାମ୍ୟ ହରାଇ 16 ନମ୍ବର ଜାତୀୟ ରାଜପଥ କଡରେ ଥିବା ଡ଼ିଭାଇଡର କୁ ପିଟିଦେବା ଫଳରେ ଓ ଡ଼ି 10ଏ -8727 ନମ୍ବର ବୋଲେରୋ ଟି ରାସ୍ତା କଡ଼କୁ ଓଲଟି ପଡିଥିଲା |ଗାଡି ଟି ଓଲଟି ପଡିବା ଫଳରେ ଗାଡ଼ିରେ ବସିଥିବା 10 ଜଣ ଯୁବକ ଙ୍କ ମଧ୍ୟରୁ 8 ଜଣ ଯୁବକ ଗୁରୁତର ଆହତ ହେବା ଯୋଗୁ ସେମାନଙ୍କୁ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଗାଡି ଆହତ ମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ |ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏମ କେ ସି ଜି କୁ ସ୍ଥାନାନ୍ତର କରା ଯାଇଥିଲା |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
