ଗୋପାଳପୁର , ୨୧/୦୬ – ( ଆରତ କୁମାର ହୋତା ) -:- ବୁଧବାର ଦିନ ସକାଳ ୮:୩୦ ମିନିଟ ସମୟରେ ଗଞ୍ଜାମ ଜିଲ୍ଲା ବାଙ୍ଗରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଅଜଣା ଜନ୍ତୁ କାମୁଡାରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବୃଦ୍ଧା ଜଣଙ୍କ ହେଲେ ପୂର୍ଣ୍ଣବାସି ନାୟକ ବୟସ ୫୫ ବର୍ଷ ତାଙ୍କ ଘର ବାଙ୍ଗରଡ଼ା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ପୂର୍ଣ୍ଣବାସି ନାୟକ ନିଜ ବିଲକୁ କିଛି କାମ କରିବା ପାଇଁ ଯାଇଥିଲେ ହେଲେ କାମ କରୁଥିବା ସମୟରେ ଏକ ଅଜଣା ଜନ୍ତୁ ଉପରେ ତାଙ୍କ ଗୋଡ ଭୁଲ ବଶତଃ ପଡିଯାଇଥିଲା ଯାହାଫଳରେ ଜନ୍ତୁ ଟି ତାଙ୍କୁ କାମୁଡି ଦେଇଥିଲା । ତେବେ ଘଟଣାରେ ପୂର୍ଣାବାସି ନାୟକ ଚିତ୍କାର କରିବା ସହ ତଳେ ପଡି ଗୁରୁତର ହୋଇଥିଲେ । ତେବେ ଘଟଣାରେ ଚିତ୍କାର ଶୁଣି ବିଲରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଲେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ସେ କିଛି ମାତ୍ରାରେ ସୁସ୍ଥ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
