You are currently viewing ବରଯାତ୍ରୀ ବସ ଓଲଟିଲା: ୨ ମୃତ ଓ ୩ ଗୁରୁତର
ବରଯାତ୍ରୀ ବସ ଓଲଟିଲା: ୨ ମୃତ ଓ ୩ ଗୁରୁତର

ଲାଠିକଟା,ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ୍ ଅନ୍ତର୍ଗତ ମୁଣ୍ଡା ଜୋର୍ ପଞ୍ଚାୟତ ରୁ ଗୁରୁଣ୍ଡିଆ ବ୍ଲକ୍ ପଙ୍କଡିହି କୁ ଯାଉଥିବା ଏକ ବରଯାତ୍ରୀ ବସ ଶୁକ୍ରବାର ପଙ୍କଡିହି ଘଟି ରାସ୍ତା ରେ ଓଲଟି ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ହୋଥିବାବେଳେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ଏକ ଘରୋଇ ଚିିତ୍ସାଳୟରେ ଭର୍ତି କରାଯାଇଛି। ଘଟଣା ସ୍ଥଳରୁ ବସ ଚାଳକ ଫେରାର ହୋଇଯାଇଛି । ପଙ୍କଡିହି ଗ୍ରାମ କୁ ଏକ ବରଯାତ୍ରୀ ଦଳ ସିଲିକନ୍ ବସ ରେ ସମୁଦାୟ ୪୦ ଜଣ ଯାତ୍ରୀ ଥିଲେ । ଘାଟି ରାସ୍ତା ରେ ଯାଉଥିବା ବେଳେ ଭାରସମ୍ୟ ହରାଇ ରାସ୍ତା ତଳକୁ ବସ ଟି ଓଲଟି ପଡିଥିଲା। ସ୍ଥାନୀୟ ଜନସାଧାରଣ ଙ୍କ ସହାୟତା ରେ ରୋଗୀ ଭୁହା ଗାଡ଼ିରେ ଗୁରୁତର ହୋଇଥିବା ୫ ଜଣ ଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା କୁ ନିଆ ଯାଇଥିଲା । ସେଠାରେ ବସ ହେଲ୍ପର ଙ୍କ ଓ ଆଉ ଜଣ ଙ୍କ ମୃତ୍ୟୁ ହୋଇଥିଲା। ଆଉ ୩ ଜଣ ଙ୍କୁ ବେଦବ୍ୟାସ ସ୍ତିତ ଏକ ଘରୋଇ ଚିିତ୍ସାଳୟ କୁ ସ୍ଥାନନ୍ତର କରାଯାଇଛି । ସାମାନ୍ୟ ଆହତ ହୋଇଥିବା ଯାତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ନିଜ ନିଜ ଗ୍ରାମ କୁ ପଠାଇ ଦିଆଯାଇଥିଲା। ସୂଚନା ମୁତାବକ ମୁଣ୍ଡା ଜୋର୍ ପଞ୍ଚାୟତ ସମିତି ସଭ୍ୟ ଟିକେଶ୍ୱର୍ ସିଂହ ଆହତ ଙ୍କୁ ଡାକ୍ତର ଖାନା ପଠାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ଜଣା ପଡ଼ିଛି।