You are currently viewing ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଯୁବକ ମୃତ
ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଯୁବକ ମୃତ

ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନରେ ଥିବା ବୋରଦା ଗ୍ରାମର ଯୁବକ ପୁନିଆ ଗୌଡ଼ ବୟସ -33 ଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି, ସୂଚନା ଅନୁସାରେ ଯୁବକ ଜଣଙ୍କ ବୋରଦା ପଞ୍ଚାୟତ ଅଫିସ ଆଗ, ବଡ଼ଗଡ଼ ଯିବା ମୁଖ୍ୟ ରାସ୍ତା ଉପରେ ନିଜ ଦେହରେ ନିଜେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ହେଲେ ତାଙ୍କୁ ବୋରଦା ପଞ୍ଚାୟତ ଯୁବକ ସଙ୍ଘର ଯୁବକ ମାନେ ତାଙ୍କ ଦେହରୁ ନିଆଁକୁ ଆୟତ କରି, ବଡ଼ଗଡ଼ ପୋଲିସକୁ ଖବର ଦେବା ସହ 108 ଆମ୍ବୁଲାନ୍ସକୁ କଲ କରିଥିଲେ, ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବା ହେତୁ ତାଙ୍କୁ ଏକ ଡାଲାଗାଡ଼ି ଯୋଗେ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ସେଠି ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଅତି ଗୁରୁତର ହେବା ଯୋଗୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ରେଫର କରିଥିଲେ, ଯୁବକ ସଙ୍ଘର ଯୁବକ ମାନଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନିଆଗଲା, ସେଠି ତାଙ୍କ ସ୍ୱାସ୍ଥ୍ୟଅବସ୍ଥାରେ ସୁଧାର ନ ଆସିବା ହେତୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କଲେ, ସେଠି ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିଲା, ପରେ ତାଙ୍କର ସବ ବୌବଛେଦ ହେଲାପରେ ଯୁବକ ସଙ୍ଘର ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଗଲା ଏବଂ ଯୁବକ ସଙ୍ଘ ଓ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କ ସବକୁ ସତ୍କାର କରାଗଲା, ବୋରଦା ପଞ୍ଚାୟତ ଯୁବକ ସଙ୍ଘର ଗୋଟିଏ ପରେ ଗୋଟିଏ ଉତ୍ତମ କାର୍ଯ୍ୟପାଇଁ ତାଙ୍କୁ ପୋଲିସ ପ୍ରଶାସନଠାରୁ ଆରମ୍ଭ କରି, ସ୍ଥାନୀୟ ଅଞ୍ଚଳରୁ ଏବଂ ସବୁ ମହଲରୁ ପ୍ରଶଂସା କରାଯାଉଛି