You are currently viewing ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ।
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ।

ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ନିକଟସ୍ଥ ବାଣିଆବାଡ଼ି ଛକ ନିକଟରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକଙ୍କ ନାମ ମିଥୁନ କୁମାର ପ୍ରଧାନ(୩୦)। ପ୍ରାପ୍ତ ସୂଚନା ଅନୁଯାୟୀ ମିଥୁନ ଏକ ଭିଡିଓ ସୁଟିଂ କାର୍ଯ୍ୟକ୍ରମ ସାରି ନିଜ ଘର ଭାଲିଆଝରକୁ ବିଳମ୍ବିତ ଫେରିବା ବେଳେ ବାଣିଆ ବାଡ଼ି ଛକ ଠାରେ ଦୁର୍ଘଟଣା ଘଟିଥିଲା। ପରେ ତାଙ୍କୁ ତୁରନ୍ତ ସୁମଣ୍ଡଳ ପରେ କୋଦଳା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେଠାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଛେଦ କରି ପରିବାରକୁ ଶବ ହସ୍ତାନ୍ତର କରିଛି । ମିଥୁନ ଜଣେ ମୂର୍ତ୍ତି କାରିଗର ଓ ଫ୍ଲେକ୍ସ ଡିଯାଇନର,ଓ କ୍ରିକେଟ ଖେଳାଳୀ ହୋଇଥିବା ସହ ଜଣେ ପରୋପକାରୀ ବ୍ୟକ୍ତି ଥିଲେ।ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ନିଜ ଗ୍ରାମରେ ତାଙ୍କ ମୃତ ଶରୀରକୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ସ୍ମଶାନ କୁ ନିଆ ଯାଇଥିଲା !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।