ଭଞ୍ଜନଗର
ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ ବନାଞ୍ଚଳରେ ହାତୀ ଆତଙ୍କ। ଦଦରାଲୁଣ୍ଡା ପଞ୍ଚାୟତ ବେଲାଟୁଣୁ ଗାଁରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ବିକ୍ରମ ନାୟକ। ଘର ବାରଣ୍ଡାରେ ବିକ୍ରମ ଶୋଇଥିବା ବେଳେ ଭୋର୍ ସମୟରେ ଦୁଇଟି ହାତୀ ଗାଁ ଭିତରକୁ

ଆସି ପ୍ରଥମେ ବିକ୍ରମଙ୍କୁ ଶୁଣ୍ଡରେ ଟାଣି ନେଇ ତଳେ କଚାଡି ଦେବା ପରେ ପାଦରେ ଦଳି ଚକଟି ମାରିଦେଇ ଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଈଁ ଭଂଜନଗର ପଠାଇଛନ୍ତି। ଘଟଣାର ଅଧିକ ତଦନ୍ତ କରୁଛନ୍ତି।


