You are currently viewing ବାଇକ୍ କୁ ଧକ୍କା ଦେଲା କାର। ଦୁଇ ଗୁରୁତର ।କାର ଚାଳକ ସହ ଜଣେ ଯୁବକକୁ ଧରି ଛେଚିଲେ ଲୋକେ।
ବାଇକ୍ କୁ ଧକ୍କା ଦେଲା କାର। ଦୁଇ ଗୁରୁତର ।କାର ଚାଳକ ସହ ଜଣେ ଯୁବକକୁ ଧରି ଛେଚିଲେ ଲୋକେ।

-ଗଞାମ ପୁରା ଫିଲ୍ମ ଷ୍ଟାଇଲରେ ଘଟିଛି ସିରିଜ୍ ଦୁର୍ଘଟଣା। ଜଣକୁ ଧକ୍କା ଦେବା ପରେ ବହୁ ସ୍ଥାନରେ ଲୋକଙ୍କୁ ଧକ୍କା ଦେଇ ଫେରାର ମାରିବାକୁ ଚାଲିଥିଲା ଉଦ୍ୟମ। ହେଲେ ଲୋକଙ୍କ ହାବୁଡରୁ ବର୍ତ୍ତି ନଥିଲେ ଦୁଇ ଯୁବକ।ଗଞ୍ଜାମ ଧରାକୋଟ ଥାନା ବରାଡ଼ବିଲି ଗାଁ ନିକଟରେ ବାଇକ କୁ ଧକ୍କା ଦେଲା କାର।

ତିନି ଗୁରୁତର ମାନେ ହେଲେ ଧରାକୋଟ ଥାନା ଅଞ୍ଚଳର କାଳୁଚରଣ ଗୌଡ଼, ଡମ୍ବୁରୁ ନାୟକ ଓ ବଳରାମ ନାୟକ ଙ୍କୁ ଉ ସ୍ଥାନୀୟ ଲୋକେ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଛନ୍ତି|

ବାଇକକୁ ଧକାଦେଇ କାର ସହ ଚାଳକ ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକେ 30 କିମି ଗୋଡାଇ ଗୋଡ଼ାଇ ସୋରଡା ଥାନା ଲାଠିପଡା ନିକଟରେ କାରକୁ ଅଟକାଇ ଥିଲେ ।କାରରେ ବସିଥିବା ଦୁଇ ଯୁବକ ଙ୍କୁ ମୁଥ ଗୋଇଠା ମାରି ନିରଧୂମ ଛେଚିଥିଲେ ଲୋକେ | ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଛି। କାର ରେ ବସିଥିବା ଯୁବକ ମାନେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଶ୍ରୀତମ ପାହାଡ଼ ସିଂ ଓ ସୁନୀଲ ସାହୁ ବୋଲି ସୁଚନା ମିଳିଛି। ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବଳରାମ ନାୟକ ଙ୍କ ମୃତ୍ୟ ହୋଇଥିବା ଜଣାପଡିଛି |