ଧରାକୋଟ ୦୫/୦୧/୨୦୨୬ (ଲିଟୁ କୁମାର ବିଷୋୟୀ ) ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ମହୁଲି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଅଘଟଣ l ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରାକ୍ଟର,ଶ୍ରମିକ ମୃତ l ମୃତ ଶ୍ରମିକ ଜଣଙ୍କ ହେଲେ ୪୦ ବର୍ଷୀୟ ଜିତେନ୍ଦ୍ର ବିଷୋୟୀ l ସୂଚନା ଅନୁସାରେ ମନ୍ଦିର କାମ ପାଇଁ ଟ୍ରାକ୍ଟରରେ ଆସିଥିବା ସିମେଣ୍ଟ କୁ ଜିତେନ୍ଦ୍ର ଟ୍ରାକ୍ଟର ପଛରୁ ଓଲ୍ହାଇ ଥିଲେ l ପରେ ଟ୍ରାକ୍ଟର ଟି ଧୋଇବାକୁ ନେବା ବେଳେ ଅସାବଧାନତା ଯୋଗୁଁ ଶ୍ରମିକ ଜଣଙ୍କ ଟ୍ରାକ୍ଟର ତଳେ ପଡିଯିବାରୁ ଚାପି ହୋଇଯାଇ ଗୁରୁତର ହୋଇଥିଲେ l

ଗୁରୁତର ଶ୍ରମିକକୁ ହସ୍ପିଟାଲ୍ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଦେଖି ସ୍ଥାନୀୟ ଲୋକେ ଜିତେନ୍ଦ୍ର ଙ୍କୁ ନିକଟସ୍ଥ ମାଣିକପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ଅନୁପସ୍ଥିତ ଥିବା ଯୋଗୁଁ ଚିକିତ୍ସା ଅବହେଳା ରୁ ଜିତେନ୍ଦ୍ର ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରିବାର ଲୋକ ଓ ସ୍ଥାନୀୟ ଲୋକ ଆଣିଥିଲେ,ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା l

କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ମାଣିକ୍ୟପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ବଡ଼ଗଡ଼-ଶେରଗଡ଼ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ରୋକ କରଛନ୍ତି l ଘଟଣା ସ୍ଥଳରେ ବଡ଼ଗଡ଼ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ କରିଛନ୍ତି | ଅପର ପକ୍ଷରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ଡାକ୍ତର ଚିକିତ୍ସା ଅବହେଳା ଅଭିଯୋଗ କୁ ଖଣ୍ଡନ କରିବା ସହ ଜିତେନ୍ଦ୍ର ଙ୍କ ର ମେଡିକାଲ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିବା କହିଛନ୍ତି |

ଦୀର୍ଘ ୮ ଘଣ୍ଟା ରାସ୍ତା ରୋକ ପରେ ସ୍ଥାନୀୟ ଲୋକଙ୍କ ଥିବା ଦାବିର ପୁର୍ଣ ଛେଦ ପଡିଥିବା ଦେଖିବାକୁ ମିଳିଛି ରେଡକ୍ରସ ପାଣ୍ଠିରୁ ମୃତକ ଙ୍କ ପରିବାରକୁ ତହସିଲଦାରଙ୍କ ଜରିଆରେ ୩୦ ହଜାର, ପଞ୍ଚାୟତ ହରିଶ୍ଚନ୍ଦ୍ର ଯୋଜନାରେ ସଂସ୍କାର ପାଇଁ ୩ ହଜାର,ଡାକ୍ତର ନିଜ ପକ୍ଷରୁ ଗୋଟିଏ ମାସର ଦରମା ଦେବା ପାଇଁ ଜଣାଇଥିବା ସୂଚନା ମିଳିଛି ଓ ଉକ୍ତ ମୃତକ ପରିବାରର ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଲିଖିତ ଆକାରରେ ଧରାକୋଟ ତହସିଲଦାରଙ୍କୁ ଦେଇଥିବା ବେଳେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି | ରାସ୍ତା ରୋକ ହଟିବା ପରେ ସ୍ୱର୍ଗରଥ ଗାଡି ଦ୍ଵାରା ସବ ବ୍ୟବଚ୍ଛେଦ ପାଇଁ ଆସ୍କା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ଏକ ବଡ଼ଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି |

