ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବରେ ଉଜୁଡ଼ି ଯାଇଛି ଜୀବନ ଜୀବିକା। ବେସାହାରା ହୋଇଛନ୍ତି ୧୫ ପରିବାର। ମାଟିଝାଟି ଘରେ ରହୁଥିବା ପରିବାରକଂ ଅବସ୍ଥା କହିଲେ ନସରେ। ତେବେ କାଳ ବୈଶାଖୀର ତାଣ୍ଡବ ପରେ ସାମ୍ନାକୁ ଆସିଛି ବିକାଶର ବାସ୍ତବ ଚିତ୍ର। ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗୋଟିଏ ସ୍ଥାନରେ ସ୍ଥାୟୀ ବସବାସ କରୁଥିବା ସମୁଦାୟ ୧୫ ପରିବାର କଚା ଘରେ ଜୀବନ ଯାପନ କରୁଥିବା ବେଳେ ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି କେମିତି ପଡୁନି ତାକୁ ନେଇ ଉଠିଛି ପ୍ରଶ୍ନ। ଦୁର୍ଦିନରେ ବସବାସ କରୁଥିବା ୧୫ ପରିବାରକୁ କାହିଁକି କରା ଯାଇନି ଥଇଥାନ? ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ହରିଜନ ସାହିରୁ ଆସିଛି ଏଭଳି ଦୃଶ୍ୟ। ବେଗୁନିଆପଡ଼ା ବ୍ଳକ ୪୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କଲ୍ଯାଣୀ ପାତ୍ରଙ୍କ ନିଜ ଗାଁ ରେ ଏମିତି ହୋଇଛି ବିକାଶ।ସୂଚନା ଅନୁସାରେ ସୋମବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବରେ ଭାଗିଂ ଯାଇଛି ହରିଜନ ସାହିର ୪ ଟି ପରିବାରର ଆଜବେଷ୍ଟସ୍ ଘର। ଆଉ ଆଜବେଷ୍ଟସ୍ ଛପର ଉଡିବା ପରେ ଏବେ ଚିନ୍ତାରେ ପରିବାର ଓ ସାହି ବାସିନ୍ଦା। ଭୋଟ୍ ବେଳେ ନେତା ଆସି ପ୍ରତିଶ୍ରୁତି ବର୍ଷା କରୁଛନ୍ତି, କିନ୍ତୁ ଭୋଟ୍ ପରଠୁ ନେତାଙ୍କ ଦେଖା ମିଳି ନଥିବା କହିଛନ୍ତି ସାହି ବାସିନ୍ଦା ।ସରକାରଙ୍କ ଅନେକ ଯୋଜନା ସତ୍ବେ ସେମାନଙ୍କ ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନିଆ ଯାଉନି। ସେପଟେ ଘଟଣାରେ ଜିଲ୍ଲା ପରିଷଦ ସଭ୍ୟା କଲ୍ୟାଣି ପାତ୍ରଙ୍କ ପ୍ରତିନିଧି ହୃଷିକେଶ ପାତ୍ର କହିଛନ୍ତି ସେମାନେ ରହୁଥିବା ସାହି ଟି ପୋଖରୀ ପାଖରେ ଥିବାରୁ ଅନ୍ଯତ୍ର ସ୍ଥାନାନ୍ତରିତ ପାଇଁ ସାହି ବାସିନ୍ଦା ରାଜି ହେଉ ନାହାଁନ୍ତି। ସେଥିପାଇଁ ଅସୁବିଧା ହେଉଛି। ତେବେ ପ୍ରଶ୍ନ ଉଠୁଛି କେବେ ସ୍ଥାୟୀ ବସବାସ କରିବେ ଉକ୍ତ ସାହି ବାସିନ୍ଦା। ପ୍ରଶାସନ ପକ୍ଷରୁ ଏବେ କି ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
