You are currently viewing ବେଗୁନିଆପଡା ରେ ବଣ ବିସ୍ପୋରଣ ରେ ଜଣେ ମୃତ, ଜଣେ ଆହତ
ବେଗୁନିଆପଡା ରେ ବଣ ବିସ୍ପୋରଣ ରେ ଜଣେ ମୃତ, ଜଣେ ଆହତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବେଗୁନିଆପଡା ଜଗତି ସାହିରେ ଘଟିଯାଇଛି ଏକ ଅଭାବନିୟ ଘଟଣା। ଏହି ଗ୍ରାମର ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ଅମାବାସ୍ୟା ପାଇଁ ନିଜ ଘରେ ବଣ ତିଆରି କରୁଥିବା ବେଳେ ଏହା ବିସ୍ପୋରଣ ହୋଇ ଯାଇଥିଲା । ଫଳରେ ତାଙ୍କ ଉପର ଘରର ଘର ଛାତ ଓ କାନ୍ଥ ର କିଛି ଅଂଶ ଭାଙ୍ଗି ଜିତୁ ଉପରେ ପଡି ଯାଇଥିଲା। ଏହା ସହ ତାଙ୍କ ପଡୋଶୀ ଘର କଙ୍ଗୁରୁ ପଲାଇ ଙ୍କ ପୁଅ ରାଜା ପଲାଇ ଘରେ ସୋଇଥିଲେ। ହଠାତ ଏହି ଶବ୍ଦ ଶୁଣିବା ପରେ ସେ ଆଚେତ ହୋଇବା ସହ ଆହତ ମଧ୍ୟ ହୋଇ ଥିଲେ। ଉଭୟ ଙ୍କୁ କୋଦଳା ମେଡିକାଲ ନେବା ପରେ ସେଠାରେ ଜିତୁ କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ରାଜାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି .।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।