ଧରାକୋଟ,10/7/24
ଧରାକୋଟ ବିଦ୍ୟୁତ ସେକ୍ସନ ଅଧିନସ୍ଥ ଢଉଗାଁ ଫିଡର ନିକଟସ୍ଥ ହାତିଖାଲ ବାଉରୀ ସାହିରେ ଜଣେ ଗ୍ରାହକଙ୍କ ଘରୋଇ ସଂଯୋଗରେ ତ୍ରୁଟି ଯୋଗୁଁ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ଅଚାନକ ବିଦ୍ୟୁତ ଆଘାତ ଲାଗି ଘଟଣା ସ୍ଥଳରେ ଗୁରୁତର ହୋଇପଡ଼ିବା ରୁ ତାଙ୍କୁ ତତକ୍ଷଣାତ ସହଯୋଗୀ କର୍ମଚାରୀ ମାନଙ୍କ ଦ୍ଵାରା ଆସିକା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ବିଦ୍ୟୁତ ଠିକା କର୍ମଚାରୀ ସଂଘ ଏବଂ ମୃତକଙ୍କ ଗ୍ରାମବାସୀ ଙ୍କ ମଧ୍ୟରେ ଆସିକା ମେଡିକାଲ ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ଆସିକା ଥାନାରେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଧରାକୋଟ ଥାନ ଏସ ଆଇ ବାଲ୍ମିକୀ ପ୍ରଧାନ ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ,ପାଣ୍ଡିଆ ପଥର ସରପଞ୍ଚ ନୀଳାଞ୍ଚଳ ଗୌଡ଼,ଜିଲ୍ଲା ପରିଷଦ ସଦସ୍ୟ ବି, ମନୋଜ କୁମାର ଦୋରା, ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଆଦିତ୍ୟ ସାହୁ,ଧରାକୋଟ କନିଷ୍ଠ ଯନ୍ତ୍ରୀ ତୁଷାର ପାଢ଼ୀ, ଠିକା କର୍ମଚାରୀ ସଂଘ କର୍ମକର୍ତ୍ତା ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କମ୍ପାନୀ ତରଫରୁ ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ ସହ ତୁରନ୍ତ ବୀମା ରାଶି ପ୍ରଦାନ ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏ ସମ୍ପର୍କରେ ଧରାକୋଟ ଥାନାରେ 10/24 ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
