You are currently viewing ଜଗନ୍ନାଥ ଖଣିରେ ଦୁର୍ଘଟଣା, ଜଣେ ମୃତ
ଜଗନ୍ନାଥ ଖଣିରେ ଦୁର୍ଘଟଣା, ଜଣେ ମୃତ

ତାଳଚେର ତା ୧୧/୧୦ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥବଲଣ୍ଡା ସ୍ଥିତ ଜଗନ୍ନାଥ କୋଇଲା ଖଣିରେ ଆଜି ଏକ ଟ୍ରକ ଦୁର୍ଘଟଣାରେ କ୍ରୀଷ୍ଣା କମ୍ପାନୀର ସୁପରଭାଇଜର ଅମୁଲ୍ୟ ଜାଦବ (୪୦)ଙ୍କର ମୃତ୍ୟୁ ହେବା ଘଟଣା ସେହି ଅଂଚଳରେ ଶୋକରଛାୟା ଖେଳାଇ ଦେବା ସହ ସେଠାରେ ଖଣିଶ୍ରମିକ ମହଲରେ ଏହାକୁ ନେଇ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ତାଙ୍କ ଘର ମହାରାଷ୍ଟ୍ର ରାଜ୍ୟର କରୋଡ ଜିଲ୍ଲାର ବୋଲି ଜଣାପଡିଛି । ଅପରାହ୍ଣ ୧ ଘଟିକା ସମୟରେ କୌଣସି କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ସେଠାରେ ଖଣି କତୃପକ୍ଷ ପଂହଚି ଏହାର ଶୀଘ୍ର ସମାଧାନ କରିଥିବା ଜଣାପଡିଛି । ଖଣିରେ ସେପ୍ଟିର ବ୍ୟବସ୍ଥା ଠିକ ନ ଥିବାରୁ ବାରମ୍ବାର ଦୁର୍ଘଟଣାରେ ଜୀବନହାନୀ ହେଉଥିବା କୁହାଯାଉଛି ।

ତାଳଚେର ରୁ ଅନୁରାଗ ଆଚାର୍ଯ୍ୟ ଙ୍କ ରେପୋର୍ଟ