ବ୍ରହ୍ମପୁର , ୨୧/୧୧ -:- ଗଞ୍ଜାମ ଜିଲ୍ଲା ବଡଗଡ ଥାନା ବୋରଦା ଗ୍ରାମରେ ଦେହରେ ପେଟ୍ରୋଲ ଢ଼ାଳି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଗୁରୁତର ଜଣକ ବୋରଦା ଗ୍ରାମର ପୁନିଆ ଗୋଡ଼ ବୟସ ୩୮ ବର୍ଷ । ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ । ତେବେ ସୂଚନା ମୁତାବକ ଆଜି ହଟାତ ପୁନିଆ ଦେହରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସେଠାରେ ଥିବା କିଛି ଲୋକ ତାକୁ ନିଆରୁ ଉଦ୍ଧାର କରିବା ସହ ବଡଗଡ ପୋଲିସ ଓ ୧୦୮ ଆମ୍ବୁଲାନ୍ସ କୁ ସୂଚନା ଦେଇଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଯୁବକ ସଂଘ ଆହତ ଙ୍କୁ ଉଦ୍ଧାର କରି ଏକ ଗାଡ଼ି ଯୋଗେ ବଡଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପଞ୍ଚିନଥିବାରୁ ସ୍ଥାନୀୟ ଲୋକମାନେ ଉତ୍ତେଜନା ହୋଇ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ର ତଦନ୍ତ କରିବା ସହ ପରିସ୍ଥିତିକୁ କାବୁ କରିବାକୁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି ।
