ଖଲ୍ଲିକୋଟ :22/12 ଶୁକ୍ରବାର ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମର କଂକେଇଁ ର ବିଲ ମାଳିଆ ରେ ଏକ ଭଅଁରା ଭିତରେ ଥିବା 50 ଗୋଟି ଦୁଗ୍ଧ ପୋଷ୍ୟ ପିଲା ଛେଳି ବସା ରେ କୌଣସି ଦୁର୍ବୁତ୍ତ ନିଆଁ ଲଗାଇ ଦେବା ଫଳରେ ସମସ୍ତ ଛେଳି ପିଲା ଜୀବନ୍ତ ଦଗ୍ଧ ହୋଇଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ମିଳିଥିବା ସୂଚନା ଅନୁଯାଇ କଂକେଇଁ ଗ୍ରାମ ନିକଟବର୍ତ୍ତୀ ଥିବା ଏକ ବିଲ ମାଳେ ଏକ ଅସ୍ଥାୟୀ ଗୁହାଳରେ ବି ଗୋପୀ ପାତ୍ର ଙ୍କ ପ୍ରାୟ 150 ଛେଳି ବନ୍ଧା ଯାଇଥିଲା ଅଲଗା ଏକ ଛୋଟ ଭଅଁରା ରେ 50 ଗୋଟି ଛେଳି ରଖା ଯାଇଥିଲା | ତେବେ ଅପରାହ୍ନ ସମୟ ରେ କୌଣସି ଦୁର୍ବୁତ୍ତ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଉକ୍ତ ପିଲା ଛେଳି ଥିବା ଭଅଁର ରେ ନିଆଁ ଲଗାଇ ଦେବା ଫଳରେ ଦୁଗ୍ଧ ପୋଷ୍ୟ ପିଲା ଛେଳି ଗୁଡିକ ଗୁଡିକ ଅତ୍ୟନ୍ତ କଲବଲ ହୋଇ ମୃତ୍ଯୁ ବରଣ କରିଥିଲେ | ଗାଁ ନିକଟରେ ଥିବା ଗୁହାଳ ରେ ନିଆଁ ଲାଗି ଥିବା ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବା ରେ ବିଫଳ ହୋଇ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ |ଖବର ପାଇ ଦମକଳ ଘଟଣ|ସ୍ଥଳ ରେ ପହଂଚି ନିଆଁ କୁ ସମ୍ପୂର୍ଣ ଆୟତ୍ତ କରିଥିଲେ | ତେବେ କ୍ଷତିଗ୍ରସ୍ତ ଗୋପୀ ପାତ୍ର ଛେଳି ପିଲାଙ୍କ ଦଗ୍ଧ କୁ ନେଇ ଗଭୀର ଦୁଃଖ ରେ ମର୍ମାହତ ହୋଇ ବାଷ୍ପରୁଧ କଣ୍ଠ ରେ ସରକାରୀ ସହାୟତା ପାଇଁ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି |
ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ ଗଞ୍ଜାମ
