You are currently viewing ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକସଭା ପାଳନରେ ସାମିଲ ହେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ
ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକସଭା ପାଳନରେ ସାମିଲ ହେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ

ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ନିମନ୍ତେ ଶୋକସଭା ପାଳନରେ ସାମିଲ ହୋଇଥିଲେ ଦିଗପହଣ୍ଡି ବ୍ଳକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ । ଖବରନୁଯାୟୀ , ଗତ ଶୁକ୍ରବାର ସନ୍ଧ୍ୟାରେ ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ହୋଇଥିଲା । ଯାହାଫଳରେ ଏହି ଟ୍ରେନ ଦୁର୍ଘଟଣାରେ ୩ ଶହ ଯାତ୍ରୀଙ୍କ ପ୍ରାଣହାନୀ ସୋଇଥିବା ବେଳେ ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ଏହି ଅବସରରେ ଆଜି ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସମେତ ବହୁ ସମର୍ଥକ ଜକର ଗ୍ରାମରେ ଆୟୋଜିତ ହୋଇଥିବା ମାଁ କାଳୁଆ ଯାତ୍ରାରେ ଯୋଗ ଦେଇ ମାଁ ଙ୍କୁ ଦର୍ଶନ କରିବା ସହ ସେହି ଦୁର୍ଘଟଣାରେ ଜୀବନ ଚାଲି ଯାଇଥିବା ଲୋକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ନୀରବ ପ୍ରାର୍ଥନା କରିଥିଲେ । ଏଥିସହ ଆହତ ହୋଇଥିବା ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା ନିମନ୍ତେ ମାଁ ଙ୍କ ଚରଣରେ ପ୍ରାର୍ଥନା କରିଥିଲେ । ଏହି ସମୟରେ ପୂର୍ବତନ ସରପଞ୍ଚ ଚୈତନ୍ୟ ପ୍ରଧାନ , ମନୋଜ ସାହୁ , ଅସିତ ସାହୁ , ବମକୋଇ ସରପଞ୍ଚ ତପନ ପ୍ରଧାନ , ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ରାଜକିଶୋର ମହାନ୍ତି , ବିକ୍ରମ ସିଂ , ଜଗନ୍ନାଥ ପ୍ରଧାନ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା