You are currently viewing ୟୁକ୍ରେନ ଡ୍ରୋନ ଶିକାର ରେ ଋଷ ରେ କାର୍ଯ୍ୟରତ ଥିବା ଭାରତୀୟ ଏ. ରାମାୟା ମୃତ
ୟୁକ୍ରେନ ଡ୍ରୋନ ଶିକାର ରେ ଋଷ ରେ କାର୍ଯ୍ୟରତ ଥିବା ଭାରତୀୟ ଏ. ରାମାୟା ମୃତ

ଚିକିଟୀ– ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ପିତାତୋଳି ପଞ୍ଚାୟତ ମାଧବନ୍ଧ ଗ୍ରାମର ଏ. ରାମାୟା ଙ୍କ ଋଷ ରେ କାର୍ଯ୍ୟରତ ଥିବା ବେଳେ ୟୁକ୍ରେନ ଡ୍ରୋନ ଶିକାରରେ ମୃତ୍ୟୁବରଣ ହୋଇଛନ୍ତି। ସୂଚନା ଅନୁସାରେ ରୋଜଗାର ଅଭାବରୁ ମାଧବନ୍ଧ ଗ୍ରାମର ଏ. ରାମାୟା ପିତା – ଏ ଲିମା ସୁରଳ ନିକଟସ୍ଥ ହରିପୁର ଛକଠାରେ ଥିବା ମାଇକନ ଏଜେନ୍ସି ଦ୍ଵାରା ବାହାର ଦେଶ ସଭିଏତ ଋଷ କୁ ଯୁବକ ଜଣକ ପ୍ରାୟ ଏକ ମାସ ହେବ କାମ କରିବାକୁ ଯାଇଥିଲେ। ସେଠାରେ ସେ କାର୍ଯ୍ୟରତ ଥିବା ବେଳେ ଶନିବାର ରାତିରେ ଉକ୍ତ କମ୍ପାନୀ ଉପରେ ୟୁକ୍ରେନ ଡ୍ରୋନ ର ଆକ୍ରମଣ ହୋଇଥିବା ଫଳରେ ରାମାୟା ଙ୍କ ମୃତ୍ୟୁ ହୋଇଥିବା ସାଙ୍ଗକୁ ସାତରୁ ଅଧିକ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ପୁଅର ମର ଶରୀର ଗ୍ରାମକୁ ଫେରାଇ ଆଣିବା ଲାଗି ଜିଲ୍ଲା ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଘରର ରୋଜଗାରିଆ ପୁଅକୁ ହରାଇ ଥିବାରୁ ପରିବାର ଲୋକଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।