କୋଦଳା ୨୩/୦୯/୨୦୨୩)
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ଠାରେ ଶନିବାର ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସମା ଗ୍ରାମର ଖତାଡି ସାହି ପୁରୁଣା ବନ୍ଧକୁ ଗାଧୋଇବାକୁ ଯାଇଥିଲେ ରୁଦ୍ର ପ୍ରସାଦ ବାରିକ ନାମକ ଜଣେ ୧୫ ବର୍ଷର ନାବାଳକ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ଘରଲୋକେ ଖୋଜାଖୋଜି କରିବା ପରେ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ପୋଖରୀରୁ ତୁରନ୍ତ ଉଧାର କରି ସମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ତେବେ ସେଠାରେ କେହି ଡାକ୍ତର କି ଫାର୍ମାସୀଷ୍ଟ ନଥିବାରୁ ଚିକିତ୍ସା ହୋଇ ପାରି ନଥିଲା। ପରେ ୧୦୮ ଆମ୍ବୁଲାନ୍ସ କୁ ଡକାଇ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ପରିବାର ଲୋକେ ।ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ବର୍ଗଙ୍କ ସହ ସ୍ଥାନୀୟ ସରପଞ୍ଚ, ଗ୍ରାମବାସୀ ପହଞ୍ଚିଥିବା ବେଳେ ଘଟଣାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ବିଜେପି ନେତା ପ୍ରତାପ ନାୟକ, କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା. ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ନାବାଳକର ପରିବାରକୁ ଧୈର୍ଯ୍ୟ ଓ ସାନ୍ତ୍ବନା ପ୍ରଦାନ କରିଥିଲେ। ସମା ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରତାପ ନାୟକ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
