୦୭/୧୧/୨୦୨୫ ଭଞ୍ଜନଗର (ଲିଟୁ କୁମାର ବିଷୋୟୀ)ଗଞ୍ଜାମ ଓ କନ୍ଧମାଳ କୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ବରଗଡ଼ ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା ଶ୍ରୀରାମ ନାମକ ଘରୋଇ ବସ୍ ନଂ-ଓଡି୦୫ ଏଫ୦୬୨୬। ସେଥିରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କ ମୃତ୍ୟ ହୋଇଛି | ଘଟଣା ସ୍ଥଳରେ ଗଂଜାମ ଓ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ଆହତ ଙ୍କୁ ଭଂଜନଗର ଓ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି।
