You are currently viewing କାଳବୈଶାଖୀରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତାର ହାତ ବଢ଼ାଇଲା କବିସୂର୍ଯ୍ୟ ଯୁବ ସଂଗଠନ।
କାଳବୈଶାଖୀରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତାର ହାତ ବଢ଼ାଇଲା କବିସୂର୍ଯ୍ୟ ଯୁବ ସଂଗଠନ।

ଗତ ୪ ଦିନ ତଳେ କୋଦଳା ନିକଟସ୍ଥ ଫାଶି ହରିଜନ ସାହିରେ କାଳ ବୈଶାଖୀ ପ୍ରଭାବରେ ୫ ରୁ ଉର୍ଦ୍ଧ୍ବ ପରିବାରର ବ୍ଯାପକ କ୍ଷୟକ୍ଷତି ହୋଇଛି। ବର୍ଷା ପବନରେ ଉଡି ଯାଇଛି ଟିଣ ଛପର ଘର। ହନ୍ତସନ୍ତ ହେଉଛନ୍ତି ଉକ୍ତ ସାହି ବାସିନ୍ଦା। ଦୀର୍ଘ ବର୍ଷ ଧରି ଏଠାରେ ୧୫ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଏମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ସରକାରଙ୍କ ଅନେକ ଯୋଜନା ସତ୍ବେ ଏହି ଗରିବ ଲୋକଙ୍କ ପାଇଁ କୌଣସି ଯୋଜନା ଫଳପ୍ରଦ ହୋଇନି। ଅତି କଷ୍ଟରେ ରହିଥିବା ଉକ୍ତ ସାହି ବାସିନ୍ଦାଙ୍କୁ ଆଜି ଭେଟିଛନ୍ତି କବିସୂର୍ଯ୍ୟ ଯୁବ ସଂଗଠନର ସଦସ୍ୟ ମାନେ। ଆବାହକ ରଞ୍ଜିତା ସାହୁଙ୍କ ତତ୍ବାବଧାନରେ ବହୁ ସଦସ୍ଯ ଫାଶି ହରିଜନ ସାହିକୁ ଯାଇ ସାହି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏଥି ସହିତ ପ୍ରତି ପରିବାରକୁ ପାଲ ଓ ଚାଉଳ ପ୍ଯାକେଟ୍ ପ୍ରଦାନ କରାଯାଇଛି। ସେହିପରି ନୂଆପଲ୍ଲୀ ଠାରେ ମଧ୍ୟ ଏକ ଅସହାୟ ପରିବାରକୁ ସହଯୋଗ କରିଛି କବିସୂର୍ଯ୍ୟ ଯୁବ ସଂଗଠନ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍।